fbpx

ଚାରିବର୍ଷ ପରେ IPL ରେ ଶତକ ମାରିଲେ କୋହଲି: ବୃଥା ଗଲା କ୍ଲାସେନଙ୍କ ଶତକୀୟ ଇନିଂସ, ପ୍ଲେ ଅଫ୍ ନିକଟରେ RCB

ହାଇଦ୍ରାବାଦ: ଆଇପିଏଲ୍ କ୍ୟାରିୟରର ଷଷ୍ଠ ଶତକ ଏବଂ ଫାଫ୍ ଡୁପ୍ଲେସିଙ୍କ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ଆଇପିଏଲ୍ ୨୦୨୩ ରେ ପ୍ଲେ ଅଫ୍ ନିକଟତର ହୋଇଛି। ହାଇଦ୍ରାବାଦର ୧୮୭ ରନ ଜବାବରେ ବାଙ୍ଗାଲୋର ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଛି। ଏହି ବିଜୟ ସହିତ, RCB ୧୩ ଟି ମ୍ୟାଚରେ ୧୪ ପଏଣ୍ଟ ପାଇ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ପହଂଚିଛି। ତେବେ ଆଜିର ମ୍ୟାଚରେ ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ସମାନ ମ୍ୟାଚରେ ଉଭୟ ପାର୍ଶ୍ୱରୁ ଦୁଇ ବ୍ୟାଟ୍ସମାନ ଶତକ ହାସଲ କରିଛନ୍ତି।

ଟାର୍ଗେଟକୁ ପିଛା କରି କୋହଲି ଏବଂ ଡୁ ପ୍ଲେସିସଙ୍କ ଓପନିଂ ଯୋଡି ଆରସିବି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ। ଉଭୟ ପ୍ରଥମ ୱିକେଟ୍ ପାଇଁ ୧୭୨ ରନ୍ ଯୋଡିଥିଲେ। ବିରାଟ ୧୨ ଚୌକ ଓ ୪ ଛକା ସହାୟତାରେ ୬୩ ବଲରେ ୧୦୦ ରନ୍ ସଂଗ୍ରହ କରିଥିବାବେଳେ ଡୁପ୍ଲେସି ୭୧ ରନ୍ ସ୍କୋର କରିବା ପରେ ଆଉଟ ହୋଇଥିଲେ। ଆଇପିଏଲରେ ଏହା କୋହଲିଙ୍କ ଷଷ୍ଠ ଶତକ। ଏହା ସହିତ ସେ କ୍ରିସ୍ ଗେଲଙ୍କ ରେକର୍ଡ ସହିତ ସମକକ୍ଷ ହୋଇଛନ୍ତି। ଆଇପିଏଲରେ ଗେଲ ଏବଂ କୋହଲି ସମାନ ଶତକ ହାସଲ କରିଛନ୍ତି।

ଏହାପୂର୍ବରୁ ହାଇଦ୍ରାବାଦ ହେନ୍ରିଚ୍ କ୍ଲାସେନଙ୍କ ଚମତ୍କାର ଶତକ ବଳରେ ଆରସିବି ଆଗରେ ସନରାଇଜର୍ସ ହାଇଦ୍ରାବାଦ ୧୮୬ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ୫୧ ଟି ବଲରେ ୬ ଟି ଛକା ଏବଂ ୮ ଟି ଚୌକ ସହ ୧୦୪ ରନ୍ କରିଥିଲେ। ତାଙ୍କ ବ୍ୟତୀତ କ୍ଲାସେନ୍ ତୃତୀୟ ୱିକେଟ୍ ପାଇଁ ଅଧିନାୟକ ଆଡେନ ମାର୍କ୍ରାମ (୧୮) ଙ୍କ ସହ ୭୬ ରନ୍ ଭାଗିଦାରୀ କରିଥିବାବେଳେ ହ୍ୟାରି ବ୍ରୁକ୍ ୨୭ ରନ୍ କରି ନଟ ଆଉଟ୍ ରହିଥିଲେ। ସନରାଇଜର୍ସ ଇନିଂସରେ କ୍ଲାସେନ ୫୧ ବଲରେ ୧୦୪ ରନ୍ ସଂଗ୍ରହ କରିଥିବାବେଳେ ଦଳର ବାକି ବ୍ୟାଟ୍ସମ୍ୟାନ୍ମାନେ ୬୯ ବଲରେ କେବଳ ୮୨ ରନ୍ ସ୍କୋର କରିଥିଲେ।

Get real time updates directly on you device, subscribe now.