fbpx

RRR ଅଭିନେତାଙ୍କ ପରଲୋକ: ଜନ୍ମ ଦିବସ ପୂର୍ବରୁ ଉଠିଲା କୋକେଇ

ନୂଆଦିଲ୍ଲୀ: ଏସ.ଏସ. ରାଜମୌଲୀଙ୍କ ନିର୍ଦ୍ଦେଶିତ ବ୍ଲକବଷ୍ଟର ଫିଲ୍ମ ଆରଆରଆର ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରିଥିଲା । ଫିଲ୍ମଟି ଭାରତରେ କମାଲ କରିବା ସହିତ ଅନ୍ତର୍ଜାତୀୟ ସ୍ତରରେ ‘ନାଟୁ ନାଟୁ’ ଓରିଜିନାଲ ଗୀତ ପାଇଁ ଓସ୍କାର ପୁରସ୍କାର ଜିତିଥିଲା । ଏହି ଫିଲ୍ମକୁ ଦର୍ଶକମାନେ ଆଜି ବି ଝୁରୁଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ଦୁଃଖ ଖବର ।

ସୂଚନା ମୁତାବକ, ଫିଲ୍ମର ଜଣେ ଅଭିନେତାଙ୍କର ପରଲୋକ ଘଟିଛି । ଆରଆରଆର ଚଳଚ୍ଚିତ୍ରରେ ଖଳନାୟକ ଚରିତ୍ରରେ ଆସିଥିବା ରେ ଷ୍ଟିଭେନସନଙ୍କର ମୃତ୍ୟୁ ଘଟିଛି । ରେ’ଙ୍କୁ ମୃତ୍ୟୁବେଳକୁ ମାତ୍ର ୫୮ ବର୍ଷ ବୟସ ହୋଇଥିଲା । ଆସନ୍ତା ୨୫ ତାରିଖରେ ରେ’ଙ୍କର ୫୯ତମ ଜନ୍ମଦିବସ ପଡ଼ୁଥିବା ବେଳେ ଏହା ପୂର୍ବରୁ ସେ ଅନ୍ତିମ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଫିଲ୍ମରେ ରେ’ ଜବରଦସ୍ତ ଅଭିନୟ କରିବା ସହିତ ସାରା ବିଶ୍ୱର ଦର୍ଶକଙ୍କ ହୃଦୟ ଜିତିପାରିଥିଲେ ।

୧୯୬୪ ମସିହା ମେ ମାସ ୨୫ ତାରିଖରେ ରେ’ ଆୟରଲାଣ୍ଡର ଲିସବର୍ଣ୍ଣରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୯୦ ଦଶକ ପ୍ରାରମ୍ଭରେ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ୟୁରୋପୀୟ ଟିଭି ସିରିଜ ଓ ଫିଲ୍ମରେ କାର୍ଯ୍ୟ କରିଥିଲେ । ସେ ‘ଦି ଥିଓରି ଅଫ୍ ଫ୍ଲାଇଟ’, ‘କିଙ୍ଗ ଆର୍ଥର’, ‘ପନିଶର: ୱାର ଜୋନ’, ‘ଦି ବୁକ ଅଫ୍ ଏଲୀ, ୧୨୪୨: ଗେଟୱେ ଦୁ ଦି ୱେଷ୍ଟ ଓ ‘ଦି ଅଦର ଗାୟ’ ଆଦି ଫିଲ୍ମରେ କାମ କରିଥିଲେ । ୧୯୯୭ରେ ସେ ଇଂଲିଶ ଅଭିନେତ୍ରୀ ରୂଥ ଗମେଲଙ୍କୁ ବିବାହ କରିଥିବା ବେଳେ ୨୦୦୫ରେ ତାଙ୍କର ତଲାକ ହୋଇଯାଇଥିଲା । ମୃତ୍ୟୁ ପୂର୍ବରୁ ସେ ଇଟାଲିରେ ଫିଲ୍ମ ‘କାସିନୋ ଇସ୍କିଆ’ର ଶୁଟିଂ କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.