fbpx

‘RRR’ ଟ୍ରେଲର ରିଲିଜ୍: ରାମ ଚରଣ, ଜୁନିୟର ଏନଟିଆରଙ୍କ ସହ ରହିଛି ଅଜୟ ଦେବଗନ, ଆଲିଆ ଭଟ୍ଟଙ୍କ ଦମଦାର ଅଭିନୟ

ରିଲିଜ୍ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ‘ଆରଆରଆର’ ର ଟ୍ରେଲର । ଦମଦାର ଡାଇଲଗ୍, ଫାଇଟ ଏବଂ ଇମୋସନ ଦେଖିବାକୁ ମିଳିଛି ଏହି ଟ୍ରେଲରରେ । ଆଉ ଟ୍ରେଲରେ ଫ୍ୟାନ ହୋଇପଡ଼ିଛନ୍ତି ଆହୁରି ଉତ୍ସାହିତ । ଫିଲ୍ମରେ ତେଲୁଗୁ ଅଭିନେତା ରାମ ଚରଣ ଏବଂ ଜୁନିୟର ଏନଟିଆରଙ୍କ ସହ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ, ଅଭିନେତା ଅଜୟ ଦେବଗନ ଦମଦାର ଅଭିନୟ ଦେଖିବାକୁ ମିଳିବ । ଟ୍ରେଲର ଦେଖିଲେ ଜଣାପଡ଼ୁଛି ଏହି ଫିଲ୍ମ ୨୦୨୨ ରେ ବକ୍ସ ଅଫିସ୍ ସୁପର ଡୁପର ହିଟ୍ ହେବ । ବାହୁବଲୀ ଫିଲ୍ମର ନିର୍ଦ୍ଦେଶକ ଏସଏସ ରାଜାମୌଲିଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଛି ଫିଲ୍ମ ଆରଆରଆର । ଫିଲ୍ମର ଟ୍ରେଲର ୩ ମିନିଟ ୧୬ ସେକେଣ୍ଡର ରହିଛି । ଏହି କିଛି ସମୟରେ ଫିଲ୍ମର ସବୁ କଳାକାରଙ୍କ ଲୁକ୍ ସାମ୍ନାକୁ ଆସିଛି ।

ଫିଲ୍ମ ‘ଆରଆରଆର’ ରେ ଅନେକ ଦମଦାର ସିନ୍ ରହିଛି । ଯାହାକୁ ଦେଖି ସେଲିବ୍ରିଟିଙ୍କ ସହ ଫ୍ୟାନ୍ ମଧ୍ୟ ପ୍ରଶଂସାରେ ପୋତିପକାଇଛନ୍ତି । ଫିଲ୍ମ ୭ ଜାନୁଆରୀ ୨୦୨୨ ରେ ରିଲିଜ୍ ହେବାକୁ ଯାଉଛି । ଯାହାକୁ ନେଇ ଫ୍ୟାନ ଖୁବ୍ ଉତ୍ସୁକତାର ସହ ଅପେକ୍ଷା କରିରହିଛନ୍ତି । କୁହାଯାଉଛି ଫିଲ୍ମକୁ ୩୦୦ କୋଟି ବଜେଟରେ ତିଆରି କରାଯାଇଛି । ଏହାକୁ ହିନ୍ଦୀରେ ମଧ୍ୟ ଡବିଂ କରାଯାଇଛି । ଫିଲ୍ମ ତେଲୁଗୁ ସ୍ୱତନ୍ତ୍ରତା ସଂଗ୍ରାମୀ ଅଲ୍ଲୁରୀ ସୀତାରାମ ରାଜୁ ଏବଂ କୋମାରାମ ଭୀମଙ୍କ କାହାଣୀ ଉପରେ ପର୍ଯ୍ୟବେସିତ । ଯେଉଁମାନେ ବ୍ରିଟିଶ ଶାସନ ଏବଂ ହାଇଦ୍ରାବାଦର ନିଜାମଙ୍କ ବିରୋଧରେ ଲଢ଼େଇ କରିଥିଲେ ।

Get real time updates directly on you device, subscribe now.