fbpx

ପର୍ସନାଲ ଲୋନରେ ସ୍ୱତନ୍ତ୍ର ଛାଡ଼, ଚାରି କ୍ଲିକ୍ ରେ ଆକାଉଣ୍ଟକୁ ଆସିବ ଟଙ୍କା, ଏମିତି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆ ଗ୍ରାହକଙ୍କ ପାଇଁ ପର୍ସନାଲ ଲୋନ ଉପରେ ଆଣିଛି ବିଶେଷ ଛାଡ଼ । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ କହିଛି ଯେ ଗ୍ରାହକଙ୍କୁ ଶୂନ ପ୍ରୋସେସିଙ୍ଗ୍ ଚାର୍ଜରେ ଲୋନ୍ ଦେବାକୁ ଯାଉଛି । ଶୂନ୍ୟ ପ୍ରୋସେସିଙ୍ଗ୍ ଫିସ୍ ୩୧ ଜାନୁଆରୀ  ୨୦୨୨ପୂର୍ବରୁ ନିଆଯାଇଥିବା ପର୍ସନାଲ ଲୋନ୍ ଉପରେ ହିଁ ଲାଗୁହେବ । ଏସବିଆଇର ଏହି ପର୍ସନାଲ ଲୋନ୍ ପାଇଁ କୌଣସି ସମୟରେ ଆବେଦନ କରିପାରିବେ । ଅର୍ଥାତ୍ ଯଦି ଆପଣ ରାତିରେ ମଧ୍ୟ ଆବେଦନ କରିବାକୁ ଚାହୁଛନ୍ତି ତେବେବି କୌଣସି ସମସ୍ୟା ହେବ ନାହିଁ । ଆପଣଙ୍କୁ ୟୋନୋ ଆପ୍ ଦ୍ୱାରା କେବଳ ଚାରି ଟି କ୍ଲିକ୍ କରେ ଆଣଙ୍କୁ ମିଳିପାରିବ ଲୋନ୍ ।

ତେବେ ଏହି ଲୋନ୍ ସମସ୍ତଙ୍କୁ ମିଳିବ ନାହିଁ । ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆ ଦ୍ୱାରା ପ୍ରୁସ୍ତତ ହୋଇଥିବା କିଛି ନିର୍ଦ୍ଦଷ୍ଟ ମାନଦଣ୍ଡରେ ଉନ୍ନୀତ ହେଉଥବା ଗ୍ରାହକଙ୍କୁ ହିଁ ଏହି ଲୋନ ମିଳିପାରିବ । ଏହଳା ସମ୍ବନ୍ଧୀରେ ବିଷୟରେ ଜାଣିବା ପାଇଁ ବ୍ୟାଙ୍କର ଅଫିସିଆଲ ୱେବସାଇଟ୍ ରେ ଦେଖିପାରିବେ । ଏନେଇ ବ୍ୟାଙ୍କ ପକ୍ଷରୁ ଟ୍ୱିଟ୍ ରେ ସୂଚନା ଦିଆଯାଇଥିଲା ଏହା ସହ ବ୍ୟାଙ୍କ ତରଫରୁ ଆହୁରି ମଧ୍ୟ କୁହାଯାଇଛି ଯେ ବ୍ୟାଙ୍କ୍ ପର୍ସନାଲ ଲୋନ ପାଇଁ ଗ୍ରାହକଙ୍କୁ ୯.୬୦ ପ୍ରତିଶତ ବାର୍ଷିକ ସୁଧରେ ଋଣ ସୁଝିବାକୁ ପଡ଼ିବ ।

ଏମିତି କରନ୍ତୁ ଆବେଦନ

ଏହି ଲୋନ ଅବେଦନ କରିବା ପାଇଁ ଏସବିଆଇ ୟୋନୋ ଆପ୍ ରହିଥିବା ଆବଶ୍ୟକ, ଏବଂ ଲୋନ୍ ପାଇଁ ଯୋଗ୍ୟ ହୋଇଥିଲେ କେବଳ ଚାରି ଟି କ୍ଲିକରେ ଆପଣ ଲୋନ୍ ପାଇପାରିବେ ।

ପ୍ରଥମେ ଗ୍ରାହକ YONO ଆପ୍ ରେ ଲଗ ଇନ୍ କରନ୍ତୁ । ଏହାପରେ ‘Avail Now’ଆଭେଲ ନାଓ’ ଟାପ୍ କରନ୍ତୁ । ଏହାପରେ ଗ୍ରାହକ କେତେ ସମୟ ପାଇଁ ଲୋନ୍ ନେବାକୁ ଚାହୁଛନ୍ତି ଏବଂ କେତେ ଟଙ୍କା ଲୋନ ନେବାକୁ ଚାହୁଛନ୍ତି ତାହା ଭରିବାକୁ ହେବ । ଏହାପରେ ଗ୍ରାହକଙ୍କ ନିଜ ମୋବାଇଲକୁୁ ଆସିଥିବା ଓଟିପି ଦେବାକୁ ହେବ । ଓଟିପି ଦେବା ପରେ ଗ୍ରାହକଙ୍କ ଆକାଉଣ୍ଟକୁ ଟଙ୍କା ଆସିଯିବ ।

ଯଦି ଆପଣ ଆବେଦନ କରିବା ପୂର୍ବରୁ ଦେଖିବାକୁ ଚାହୁଛନ୍ତି ଆପଣ ଏହି ଲୋନ୍ ପାଇଁ ଯୋଗ୍ୟ କିମ୍ବା ନୁହେଁ ତେବେ ଆପଣ 567676 ରେ ମେସେଜ୍ କରି ଜାଣିପାରିବେ । ଆପଣଙ୍କୁ PAPL <ସ୍ପେସ୍> <ଆକାଉଣ୍ଟର ଶେଷ ଚାରିଟି ନମ୍ବର> 567676 ରେ ପଠାଇବାକୁ ହେବ ।

Get real time updates directly on you device, subscribe now.