fbpx
BJD SKY
BJD SKY

୮ଟା୩୦ରେ ଆରମ୍ଭ ହେବ ସିଡିଏସ ରାଓ୍ଵତଙ୍କ ଶ୍ରଦ୍ଧାଞ୍ଜଳୀ ସମାରୋହ, କିଛି ସମୟରେ ଏୟାରପୋର୍ଟ ପହଞ୍ଚିବ ମରଶରୀର

BJD

ନୂଆଦିଲ୍ଲୀ: ତାମିଲନାଡୁର କୁନ୍ନୁରରେ ସେନାର ହେଲିକପ୍ଟର ଦୁର୍ଘଟଣାରେ ମୃତ ସିଡିଏସ ବିପିନ ରାଓ୍ଵତଙ୍କ ସମେତ ୧୩ ସୈନ୍ୟ ଅଧିକାରୀ-କର୍ମଚାରୀଙ୍କ ମର ଶରୀର ଗୁରୁବାର ସନ୍ଧ୍ୟା ୭ଟା ୪୦ ମିନିଟରେ ପାଲମ ବିମାନ ବନ୍ଦରରେ ପହଞ୍ଚିବ। ଏହା ପରେ ଶ୍ରଦ୍ଧାଞ୍ଜଳୀ ସମାରୋହ ୮ଟା ୩୦ରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ରାତି ୯ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଡିଏସ ବିପିନ ରାଓ୍ଵତଙ୍କ ମର ଶରୀରକୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବେ।

ସିଡିଏସ ବିପିନ ରାଓ୍ଵତଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳୀ ସମାରୋହ ସାଢେ ୮ଟାରେ ଆରମ୍ଭ ହେବ। ଆଉ କିଛି ସମୟରେ ବିପିନ ରାଓ୍ଵତ, ତାଙ୍କ ପତ୍ନୀ ମଧୁଲିକା ରାଓ୍ଵତ ଓ ବ୍ରିଗେଡିୟର ଏଲଏସ ଲିଡ୍ଡରଙ୍କ ପାର୍ଥିବ ଶରୀର ସେନାର ବିମାନ ଜରିଆରେ ପାଲମ ଏୟାରପୋର୍ଟ ପହଞ୍ଚିବ। ପିଏମ ମୋଦୀ ରାତି ପ୍ରାୟ ୯ଟାରେ ସିଡିଏସ ବିପିନ ରାଓ୍ଵତ ଏବଂ ଅନ୍ୟ ସଶସ୍ତ୍ର ବଳର ଅଧିକାରୀ ଏବଂ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବେ। କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପ୍ରତିରକ୍ଷା ରାଜ୍ୟ ମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଓ ତିନି ସେନା ମୁଖ୍ୟ ଉପସ୍ଥିତ ରହିବେ।

Get real time updates directly on you device, subscribe now.