fbpx
BJD SKY
BJD SKY

ଆଉ ୭ ଦିନ ଏକାଠି ରହିବେ ଏକାଠି ରହିବେ ସୁମିତ୍-ତପସ୍ୱିନୀ

BJD

ସୁମିତ୍ ତପସ୍ୱିନୀ କଳହ ମାମଲାରେ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ପରବର୍ତ୍ତୀ ଶୁଣାଣି ଯାଏଁ ଆସ୍କା ସ୍ଥିତ ଭଡ଼ା ଘରେ ରହିବେ ଏକାଠିି । ଆସନ୍ତା ୧୭ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ଏହା ସହ ସମସ୍ତ ଖର୍ଚ୍ଚ ସୁମିତ ବହନ କରିବେ ବୋଲି କହିଛନ୍ତି କୋର୍ଟ । ଉଭୟ ପରିବାର ଲୋକ ସେମାନଙ୍କୁ ସାକ୍ଷାତ୍ କରିପାରିବେ । ସୁମିତଙ୍କ ପରିବାର ପକ୍ଷ ରଖିବାକୁ ୭ ଦିନ ସମୟ ନେଇଥିବା ସୂଚନା । ଆଇଆଇସି ଓ ସୁରକ୍ଷା ଅଧିକାରୀ ପ୍ରତି ସପ୍ତାହରେ ଦେବେ ରିପୋର୍ଟ । ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ଧାରଣା ଦେଇଥିଲେ ତପସ୍ୱିନୀ । ୧୦ ଦିନର ଧାରଣା ପରେ କୋର୍ଟ ନିର୍ଦ୍ଦେଶ କ୍ରମେ ହଟିଥିଲେ ତପସ୍ୱିନୀ ।

ସୂଚନାଯୋଗ୍ୟ, ଶ୍ୱଶୁର ଘରେ ନିଜର ହକ୍ ଦାବି କରି ଧାରଣାରେ ବସିଥିଲେ ତପସ୍ୱିନୀ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାପରେ କୋର୍ଟ ପ୍ରଥମେ ୭ ଦିନ ପାଇଁ ସୁମିତ ଏବଂ ତପସ୍ୱିନୀଙ୍କୁ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଆଗାମୀ ଶୁଣାଣି ପର୍ଯ୍ୟନ୍ତ ପୁଣିଥରେ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

Get real time updates directly on you device, subscribe now.