fbpx

ବଢ଼ିଲା ଅନ୍ତର୍ଜାତୀୟ ବିମାନ ସେବା ସ୍ଥଗିତ ଅବଧି: ୨୦୨୦ରୁ ବନ୍ଦ ରହିଛି ଉଡ଼ାଣ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ସେବା ସ୍ଥଗିତ ଅବଧି ବଢ଼ିଲା । ଜାନୁଆରୀ ୩୧ ପର୍ଯ୍ୟନ୍ତ ବିମାନ ସେବା ବନ୍ଦ ନିଷ୍ପତ୍ତି ନେଲା ଡିଜିସିଏ । ତେବେ ପ୍ରାଧିକୃତ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିରେ କିଛି ସିଡ୍ୟୁଲ ଅନ୍ତର୍ଜାତୀୟ ବିମାନ ଚାଲିପାରିବ । କଟକଣା ଅନ୍ତର୍ଜାତୀୟ ମାଲ୍ ପରିବହନକାରୀ ବିମାନ କ୍ଷେତ୍ରରେ ଲାଗୁ ହେବନାହିଁ । ପୂର୍ବରୁ ୧୫ ଡିସେମ୍ବରରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ହେବ ବୋଲି କହିଥିଲା ଡିଜିସିଏ । ଯାହାକୁ ଏବେ ପୁଣି ଥରେ ଘୁଞ୍ଚାଇ ଦିଆଯାଇଛି ।

ସୂଚନାଯୋଗ୍ୟ, କରୋନା ନୂଆ ଭ୍ୟାରିଆଣ୍ଟ ଏବେ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ଏହା ଡେଲଟା ଠାରୁ ଅଧିକ ମାରାତ୍ମକ ବୋଲି କୁହାଯାଉଛି । ସେପଟେ ଗତ ନଭେମ୍ବର ୨୬ରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଡିସେମ୍ବର ୧୫ ତାରିଖରୁ ଅନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ଉଡାଣ ଲାଗି ଘୋଷଣା କରିଥିଲା । କୋଭିଡ ମହାମାରୀ ଦୃଷ୍ଟିରୁ ୨୦୨୦ ମାର୍ଚ୍ଚ ୨୩ରୁ ଏହି ଉଡାଣ ବନ୍ଦ ରହିଛି । ତେବେ ୩୧ଟି ଦେଶ ସହିତ ଭାରତର ବବଲ ବୁଝାମଣା ଅନୁସାରେ ସ୍ୱତନ୍ତ୍ର ଯାତ୍ରୀ ବିମାନ ଚଳାଚଳ କରୁଛି ।

Get real time updates directly on you device, subscribe now.