fbpx
BJD SKY
BJD SKY

ରାଜଧାନୀ ଭୁବନେଶ୍ୱରରୁ ୧୨ କୋଟି ଟଙ୍କାର ସୁନା ଜବତ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବେନଶ୍ୱରରୁ ଆଜି ୧୨ କୋଟି ଟଙ୍କାର ସୁନା ଜବତ କରିଛି ଜିଆରପି । ମୁମ୍ବାଇରୁ କୋଣାର୍କ ଏକ୍ସପ୍ରେସରେ ଆସିଥିବା ୩୨ କେଜି ସୁନା ଜବତ କରାଯାଇଛି । ସୁନା ଜବତ କରିବା ସହ ୪ ଜଣଙ୍କୁ ଅଟକ ରଖିଛି ଜିଆରପି । ଏତେ ପରିମାଣରେ ସୁନା କାହିଁକି ଆଣୁଥିଲେ ବୋଲି ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି ।

ସୂଚନା ଅନୁସାରେ, କୋଣାର୍କ ଏକ୍ସପ୍ରେସ ଜରିଆରେ ଚାରି ଜଣ ଅଭିଯୁକ୍ତ ଭୁବନେଶ୍ବରକୁ ୪ଟି ବ୍ୟାଗରେ ସୁନା ଭର୍ତ୍ତି କରି ଆଣୁଥିଲେ । ପ୍ରତି ବ୍ୟାଗରେ ୮ କେଜି ସୁନା ପ୍ୟାକ୍ ହୋଇଥିଲା । ସୁନାଗୁଡିକ ଜବତ କରିବା ପରେ ୪ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ଘଟଣାରେ ଇନକମ ଟ୍ୟାକ୍ସ ଓ ଜିଏସଟିର ଛାନଭିନ ଜାରି ରଖିଛି ।

ସେହିପରି ଆଜି ଭୁବନେଶ୍ୱରରୁ ଲକ୍ଷେ କି ଦୁଇଲକ୍ଷ ନୁହେଁ ବରଂ ୭ ଲକ୍ଷ ଟଙ୍କା ଜାଲ୍ ନୋଟ୍ ଜବତ ହୋଇଛି । ଖାରବେଳ ନଗର ଅଞ୍ଚଳରୁ ଜବତ ହୋଇଛି ଜାଲ୍ ନୋଟ୍ । ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଜବତ ସମସ୍ତ ଜାଲ୍ ନୋଟ୍ ୨ ଶହ ଟଙ୍କିଆ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.