fbpx
BSKY
BJD SHG SKY
BJD YOUTH SKY

ଇଣ୍ଟର କାଷ୍ଟ ମ୍ୟାରେଜରେ ମିଳିବ ୫ ଲକ୍ଷ ଟଙ୍କା; ସରକାରଙ୍କ ବଡ଼ ଘୋଷଣା

ଓଡ଼ିଶା ପରେ ଏବେ ଆସାମ । ଇଣ୍ଟର କାଷ୍ଟ ମ୍ୟାରେଜକୁ ନେଇ ଆସାମ ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ଇଣ୍ଟର କାଷ୍ଟ ମ୍ୟାରେଜ କଲେ ମିଳିବ ୫ ଲକ୍ଷ । ଏଣିକି ଆସାମରେ ଅନ୍ୟ ଜାତିରେ ବିବାହ କଲେ ଦମ୍ପତ୍ତିଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବେ ସରକାର । ଆଉ ଏହି ଟଙ୍କା ବ୍ୟବସାୟ ପ୍ରତିଷ୍ଠା ଉଦ୍ଦେଶ୍ୟରେ ପ୍ରଦାନ କରାଯିବ । ସାମାଜିକ ସମନ୍ୱୟ ବୃଦ୍ଧି ପାଇଁ ଭିନ୍ନ ଜାତିରେ ବିବାହକୁ ପ୍ରୋତ୍ସାହିତ କରୁଛନ୍ତି ଆସାମ ସରକାର।

ଇଣ୍ଟର କାଷ୍ଟ ମ୍ୟାରେଜ ଯୋଜନା ଅଧୀନରେ ଦମ୍ପତିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ସରକାର । ବିବାହ ପରେ ଦମ୍ପତ୍ତିଙ୍କୁ ଇଣ୍ଟର କାଷ୍ଟ ମ୍ୟାରେଜ ଯୋଜନା ଅନୁସାରେ ୧୦ହଜାରରୁ ୫ ଲକ୍ଷ ଟଙ୍କା ସରକାର ପ୍ରଦାନ କରାଯିବ ବୋଲି କହିଛନ୍ତି ଅନୁସୂଚିତ ଜାତି-ଜନଜାତି କଲ୍ୟାଣ ବିଭାଗର ଜଣେ ଅଧିକାରୀ । ତେବେ ଏହି ଯୋଜନା ପାଇଁ ଦମ୍ପତ୍ତିଙ୍କ ନିମନ୍ତେ କିଛି ସର୍ତ୍ତ ରଖାଯାଇଛି ।

ଏପ୍ରିଲ ୨୦୧୯ରୁ ମାର୍ଚ୍ଚ୨୦୨୧ ମଧ୍ୟରେ ବିବାହ କରିଥିବା ଦମ୍ପତିଙ୍କୁ ଏହି ଟଙ୍କା ମିଳିବ। ଏଥିପାଇଁ ବାର୍ଷିକ ଆୟ ୫ଲକ୍ଷରୁ ଅଧିକ ନହୋଇଥିବା ଆବଶ୍ୟକ।ଅନ୍ୟପଟେ ସ୍ୱାମୀ ସ୍ତ୍ରୀଙ୍କୁ ମଧ୍ୟରୁ ଜଣେ ଅନୁସୂଚିତ ଜାତିର ଏବଂ ଅନ୍ୟଜଣେ ସବର୍ଣ୍ଣ ଜାତିର ହେବା ଆବଶ୍ୟକ। ଏହିସର୍ତ୍ତ ପୂରଣ ନହେଲେ ଦମ୍ପତିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ନାହିଁ। ବିଜ୍ଞାନଯୁଗରେବି ଆଜି ଜାତିପ୍ରଥାର ବିଶ୍ୱାସରହିଛି, ଅନରକିଲିଂଚାଲିଛି।

ପ୍ରେମ ପାଇଁ ଅକାଳରେ ଯୁବକଯୁବତୀଙ୍କ ଜୀବନ ଚାଲିଯାଇଛି। ତେବେ ଏଭଳି କୁପ୍ରଥାକୁ ମୂଳପୋଛ କରିବାକୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଯୋଜନା ସମନ୍ୱୟ, ସକରାତ୍ମକ ମାନସିକତା ଏବଂ ସାମାଜିକ ଦୂରତ୍ୱ ଭାବନାକୁ ଉତ୍ସାହିତ କରିବା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

Get real time updates directly on you device, subscribe now.