fbpx

ଛୁଟି ନନେଲେ ଦେବାକୁ ପଡ଼ିବ ଜୋରିମାନା, ଜାଣନ୍ତୁ କେଉଁଠି ରହିଛି ଏମିତି ନିୟମ

ସାଧାରଣତଃ ଘରୋଇ କିମ୍ବା ଅଫିସ କର୍ମଚାରୀଙ୍କୁ ଛୁଟି ମିଳିନଥାଏ । ଏମିତି ଅନେକ ବଡ଼ ବଡ଼ କମ୍ପାନୀ ଅଛି ଯେଉଁଠି ଅଧିକ ଛୁଟି ନେଲେ ଆପଣଙ୍କର ଦରମା ମଧ୍ୟ କଟିଥାଏ । କିନ୍ତୁ ଏହାର ବିପରୀତ ଧାରା ଦେଖିବାକୁ ମିଳିଛି ଫ୍ରାନ୍ସରେ । ଏଠାରେ ଛୁଟି ନନେଲେ ଆଇନ୍ ଅନୁଯାୟୀ କର୍ମଚାରୀକୁ ଜରିମାନା ଦେବାକୁ ପଡେ । ଫ୍ରାନ୍ସର ଜଣେ ବେକରଙ୍କ ଉପରେ ୩୬୦୦ ଡଲାର ଅର୍ଥାତ୍ ପ୍ରାୟ ୨  ଲକ୍ଷ୍ୟ ଟଙ୍କାରୁ ଉର୍ଦ୍ଧ  ଜରିମାନା ଲାଗିଛି।

ଏହି ଘଟଣା ଅଜବ ଲାଗୁଥିଲେ ବି ଫ୍ରାର୍ନ୍ସ ଆଇନ୍ ଅନୁଯାୟୀ ସମସ୍ତେ ଛୁଟି ନେବାକୁ ବାଧ୍ୟ ହେଇଥାନ୍ତି । ୪୧ ବର୍ଷୀୟ ସେଡ୍ରିକ ଭାଇବ୍ରେଙ୍କ ଅଭିଯୋଗ ଥିଲା ଯେ ସେ ବିଗତ ଏକବର୍ଷ ଧରି କୌଣସି ଛୁଟି ନେଇ ନ ଥିଲେ । ଏମିତି କରି ସେ ଆଇନର ଅବମାନନା କରିଥିଲେ। ସେ ସପ୍ତାହରେ ସବୁଦିନ ତାଙ୍କର ବେକରୀ ସପ ଖୋଲା ରଖୁଥିଲେ। ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଗୋଟିଏ ଦିନ ମଧ୍ୟ ଦୋକାନ ବନ୍ଦ  କରି ନଥିଲେ ।

ଫ୍ରାନ୍ସ ଲୋକାଲ ଲେବର ଲ ଅନୁଯାୟୀ ଛୋଟ ବ୍ୟବସାୟ କରିଥିବା ବ୍ୟକ୍ତି ସପ୍ତାହରେ ୬ ଦିନ କାମ କରିପାରିବେ ଓ ଗୋଟିଏ ଦିନ ଛୁଟି ରେ ରହିବ । ଉଦ୍ଦେଶ୍ୟ ୬ ଦିନ କାର୍ଯ୍ୟ କରିବା ପରେ ଗୋଟେ ଦିନ ଶରୀରକୁ ବିଶ୍ରାମ ଦେବାକୁ ପଡ଼ିଥାଏ ଯାହା ଫଳରେ  ସ୍ଵାସ୍ଥ୍ୟ ଭଲ ରହିଥାଏ । ଏହି ପର୍ଯ୍ୟଟନ ଋତୁରେ ବ୍ୟବସାୟ ବୃଦ୍ଧି କରିବା ପାଇଁ ସେଡ୍ରିକ ଓ ତାଙ୍କ କର୍ମଚାରୀ ମାନେ ଅଧିକ ରାତି ପର୍ଯ୍ୟନ୍ତ କାମ କରିଥାନ୍ତି । ଏ ସଂପର୍କରେ ୫୦୦ ରୁ ଉର୍ଦ୍ଧ ବ୍ୟକ୍ତି ସେଡ୍ରିକ୍ ସପକ୍ଷରେ ଯାଇ ପିଟିସନ ଦାଖଲ କରିଛନ୍ତି। ଫ୍ରାନ୍ସର ଏଭଳି ନିୟମ ବର୍ତ୍ତମାନ ଚର୍ଚ୍ଚା ପାଲଟିଛି ।

Get real time updates directly on you device, subscribe now.