fbpx
BSKY
BJD MS SKY
BJD YOUTH SKY

RTI କାର୍ଯ୍ୟକର୍ତ୍ତାଙ୍କୁ ଅକଥନୀୟ ଅତ୍ୟାଚାର: ପରିସ୍ରା ପିଆଇବା ସହିତ ପାଦରେ ମାରିଲେ ଲୁହା କଣ୍ଟା, ଜାଣନ୍ତୁ କଣ ଥିଲା କାରଣ

ନୂଆଦିଲ୍ଲୀ: ରାଜସ୍ଥାନର ବାଡମେର୍ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭ୍ରଷ୍ଟାଚାର ଓ ମଦ ମାଫିଆଙ୍କ ରାଜୁତି ବଢ଼ିବାରେ ଲାଗିଛି । ଏନେଇ ଜଣେ ଆରଟିଆଇ କାର୍ଯ୍ୟକର୍ତ୍ତା ଅଭିଯୋଗ କରିବା ପରେ ତାଙ୍କ ଜୀବନ ଏବେ ବିପଦରେ ପଡ଼ିଛି । ମାଫିଆ ମାନେ ଆରଟିଆଇ କାର୍ଯ୍ୟକର୍ତ୍ତାଙ୍କୁ ଅପହରଣ କରି ଅକଥନୀୟ ଅତ୍ୟାଚାର ଦେଇଛନ୍ତି । ଯାହା ଶୁଣିଲେ ଆପଣ ମାନଙ୍କ ଲୋମଟାଙ୍କୁରି ଉଠିବ । ଆରଟିଆଇ କାର୍ଯ୍ୟକର୍ତ୍ତାଙ୍କ ନାମ ହେଉଛି ଅମରାରାମ । ମଙ୍ଗଳବାର ଦିନ ୮ ଜଣ ଅପହରଣକାରୀ କାର୍ ରେ ଆସି ତାଙ୍କୁ ଉଠାଇ ନେଇଥିଲେ ।

ସୂଚନା ଯେ, ଆରଟିଆଇ କାର୍ଯ୍ୟକର୍ତ୍ତା ଅମରାରାମଙ୍କୁ ଉଠାଇ ନେବା ପରେ ଗୋଟିଏ ଶୁନଶାନ୍ ସ୍ଥାନକୁ ନେଇ ସେଠାରେ ତାଙ୍କୁ ଅକଥନୀୟ ଅତ୍ୟାଚାର ଦେଇଛନ୍ତି । ପ୍ରଥମେ ତାଙ୍କ ଗୋଡ଼କୁ ଆଇରନ୍ ରଡ୍ ରେ ମାଡ଼ ମାରିଥିଲେ, ଯାହାଫଳରେ ଦୁଇଟି ଯାକ ଗୋଡ଼ ତାଙ୍କର ଭାଙ୍ଗିଯାଇଥିଲା । ଏହାପରେ ବି ମନ ଶାନ୍ତି ହେଲାନି ଯେ, ତାଙ୍କ ହାତ ଓ ପାଦରେ ଲୁହା କଣ୍ଟା ବାଡେଇଦେଇଥିଲେ । ବର୍ତ୍ତମାନ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା କୁହାଯାଇଛି ।

ଖାଲି ସେତିକି ନୂହେଁ ଉକ୍ତ କାର୍ଯ୍ୟକର୍ତ୍ତାଙ୍କୁ ପରିସ୍ରା ପିଆଇଥିଲେ ଓ ଶୋଚନୀୟ ଅବସ୍ଥାରେ ଛାଡ଼ି ଦେଇ ପଳାଇଯାଇଥିଲେ । ଆହୁରି ମଧ୍ୟ ଏ ବିଷୟରେ କାହା ଆଗରେ ମୁହଁ ଖୋଲିଲେ ଜୀବନରୁ ମାରିଦେବା ନେଇ ଧମକ ମଧ୍ୟ ଦେଇଥିଲେ । ପୋଲିସ୍ ପାଖରେ ଅଭିଯୋଗ କରି ଅମରାରାମ କହିଛନ୍ତି ଯେ, ଅପହରଣକାରୀ ମାନେ ତାଙ୍କୁ କହିଲେ ଯେ ପୂର୍ବ ସରପଞ୍ଚ, ବର୍ତ୍ତମାନର ସରପଞ୍ଚ, ନେମାରାମ ଲଖାରା, ମଦ ଦୋକାନୀଙ୍କ ବିରୋଧରେ ଦେଇଥିବା ଅଭିଯୋଗକୁ ଫେରାଇ ନିଅନ୍ତୁ, ନଚେତ୍ ଜୀବନରୁ ମାରିଦିଆଯିବ । ପୋଲିସ୍ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Get real time updates directly on you device, subscribe now.