fbpx
BSKY
BJD MS SKY
BJD YOUTH SKY

ବିଲକୁ ନେଇ ସାଂସଦଙ୍କ ମଧ୍ୟରେ ହଙ୍ଗାମା; ପରସ୍ପରକୁ ମାରିଲେ ଶକ୍ତ ଚାପୁଡ଼ା, ଦେଖନ୍ତୁ Video

ଘାନାର ସଂସଦରେ ଏକ ବିଲ୍ ଉପରେ ଆଲୋଚନା ଚାଲିଥିବା ବେଳେ ସରକାର ଓ ବିରୋଧୀମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏହି ବିବାଦ ଏତେ ବଢ଼ିଗଲା ଯେ, ସାଂସଦମାନେ ପରସ୍ପରକୁ ଚାପୁଡ଼ା ଓ ଗୋଇଠା ମରାମରି ହୋଇଥିଲେ । ଏହି ମାରପିଟର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଇଲେକ୍ଟ୍ରୋନିକ୍ ପେମେଣ୍ଟ ଟ୍ୟାକ୍ସ ବିଲ୍ ଉପରେ ତର୍କ ବିତର୍କ ଚାଲିଥିବା ବେଳେ ବିରୋଧୀ ସାଂସଦମାନେ ହଙ୍ଗାମା ଆରମ୍ଭ କରିଥିଲେ ।

ବିରୋଧୀ ସାଂସଦମାନେ ବାଚସ୍ପତିଙ୍କ ଚେୟାର ପାଖକୁ ଯାଇ ହଙ୍ଗାମା କରିଥିଲେ ଓ ଏହା ପରେ ମରାମରି ଆରମ୍ଭ ହୋଇଥିଲା । ସାଂସଦମାନଙ୍କ ମଧ୍ୟରେ ମରାମରି ବନ୍ଦ ନହେବାରୁ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀମାନେ ସାଂସଦମାନଙ୍କ ଝଗଡ଼ା ମଧ୍ୟରୁ ଯାଇ ଅବସ୍ଥାକୁ ସୁଧାରିବାକୁ ଚେଷ୍ଟା କରିଥିଲେ । ସୁରକ୍ଷାକର୍ମୀଙ୍କ ଚେଷ୍ଟା ପରେ ବି ଝଗଡ଼ା କମିନଥିଲା ।

ତେବେ ଇଲେକ୍ଟ୍ରୋନିକ୍ ପେମେଣ୍ଟ ଟ୍ୟାକ୍ସ ବିଲ୍ ଉପରେ ସାଂସଦମାନଙ୍କର ଭୋଟିଂ ଚାଲିଥିଲା । ଏହି ସମୟରେ ସରକାର ଓ ବିରୋଧୀଙ୍କ ସମାନ ଭୋଟ୍ ହୋଇଥିଲା । ଯଦି ବିଲ୍ ପାସ୍ ହୋଇଥାନ୍ତା, ତେବେ ଲୋକଙ୍କୁ ମୋବାଇଲ ମନି ପେମେଣ୍ଟ ଟ୍ରାଞ୍ଜାକ୍ସନ ଉପରେ ମୋଟ ବିଲର ୧.୭୫% ଟ୍ୟାକ୍ସ ଦେବାକୁ ପଡିଥାନ୍ତା । ବିରୋଧୀଙ୍କ କହିବା ମୁତାବକ, କମ୍ ରୋଜଗାର କରୁଥିବା ଲୋକଙ୍କ ପାଇଁ ଏହି ବିଲ୍ ଅଧିକ ସମସ୍ୟା ସୃଷ୍ଟି କରିବ । ଏହି ଘଟଣାକୁ ନେଇ ସରକାର ଓ ବିରୋଧୀ ମୁହାଁମୁହିଁ ହୋଇଥିଲେ ।

Get real time updates directly on you device, subscribe now.