fbpx
BSKY
BJD YOUTH SKY
BJD MS SKY

୧୪ ବର୍ଷର ବାଳକର ନିର୍ମମ ହତ୍ୟା: ତଣ୍ଟି ଚିପି ହତ୍ୟା କରିବା ପରେ ହାତ ଗୋଡ କାଟି ଶବକୁ ଜଙ୍ଗଲରେ ଫିଙ୍ଗିଥିଲା ଅଭିଯୁକ୍ତ

ନୂଆଦିଲ୍ଲୀ: ଗୋଟିଏ ୧୪ ବର୍ଷର ବାଳକର ନିର୍ମମ ଭାବରେ ହତ୍ୟା କରିଦିଆଯାଇଛି । ମୃତ ବାଳକର ସାଙ୍ଗ ମାନେ ଏହି ହତ୍ୟା କରିଥିବା ଜଣାପଡ଼ିଛି । ମାରପିଟ୍ ହେବା ପରେ ପ୍ରଥମେ ତଣ୍ଟିଚିପି ହତ୍ୟା କରିବା ପରେ ହାତ ଗୋଡ଼ କାଟି ଦେଲେ । ଏହାପରେ ଶବକୁ ନେଇ ଜଙ୍ଗଲରେ ଫୋପାଡ଼ି ଦେଲେ । ଏହିଭଳି ଏକ ଘଟଣା ଘଟିଛି ଝାଡ଼ଖଣ୍ଡର ଦେବଘର ଜିଲ୍ଲାରେ । ପୋଲିସ୍ ଗୁରୁବାର ଦିନ ଏହି ସୂଚନା ଦେଇଛି ।

ପୋଲିସ୍ ଦେଇଥିବା ସୂଚନା ମୁତାବକ, ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ପୀଡ଼ିତ ନିଜ ସାଙ୍ଗ ମାନଙ୍କ ସହିତ ଘରୂ କୌଣସି କାମରେ ବାହାରକୁ ଯାଇଥିଲା । ଏହା ଭିତରେ ଉକ୍ତ ସାଙ୍ଗ ସହିତ କୌଣସି କଥାକୁ ନେଇ ଖୁବ୍ ଝଗଡ଼ା ହୋଇଥିଲା । ଅଭିଯୁକ୍ତ ସାଙ୍ଗ ଏହି ସମୟରେ ଚାକୁ ବାହାର କରି ଭୁସିଦେଇଥିଲା ଓ ପରେ ତଣ୍ଟିଚିପି ମାରିଦେଇଥିବା ପୋଲିସ୍ କହିଛି ।

ଏହାପରେ ଶବକୁ ଅନ୍ୟତ୍ର ନେଇ ଫୋପାଡ଼ିବା ପାଇଁ ହାତ ଗୋଡ କାଟି ଏକ ବ୍ୟାଗ୍ ରେ ରଖିଦେଇଥିଲା । ଆଉ ଶୁନଶାନ୍ ଜଙ୍ଗଲକୁ ନେଇ ଫୋପାଡ଼ି ଦେଇଥିଲା । ଅଭିଯୁକ୍ତ ସାଙ୍ଗର ନାମ ଅବିନାଶ ବୋଲି ଜଣାପଡ଼ିଛି । ବର୍ତ୍ତମାନ ତାକୁ ଗିରଫ କରିଛି ପୋଲିସ୍ । ଅବିନାଶ ନିଜର ଅପରାଧ ପୋଲିସ୍ ସାମନାରେ ସ୍ୱୀକାର କରିଥିବା ସୂଚନାରୁ ଜଣାପଡ଼ିଛି ।

Get real time updates directly on you device, subscribe now.