fbpx

ମିଳିତ ଜାତିସଂଘରେ ଭାରତର ପ୍ରଥମ ମହିଳା

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ଭାରତର ନୂତନ ସ୍ଥାୟୀ ପ୍ରତିନିଧୀ ଭାବେ ଦାଇତ୍ୱ ଗ୍ରହଣ କରିବା ପରେ ବରିଷ୍ଠ କୂଟନୀତିଜ୍ଞ ରୁଚିରା କାମ୍ବୋଜ ଜାତିସଂଘର ମହାସଚିବ ଜେନେରାଲ ଆଣ୍ଟୋନିଓ ଗୁଟେରେସଙ୍କ ନିକଟରେ ନିଜର କାଗଜ ପତ୍ର ଦାଖଲ କରିଛନ୍ତି । ସେ ଏହି ସୂଚନା ନିଜ ସୋସିଆଲ ମିଡିଆରେ ଟ୍ୱିଟ ଯୋଗେ ପ୍ରଦାନ କରିଛନ୍ତି । ଏହା ସହିତ ସେ ସମସ୍ତ ଝିଅ ମାନଙ୍କ ପାଇଁ ଏକ ବାର୍ତ୍ତାଲେଖିଛନ୍ତି । ସେ କହିଛନ୍ତି କିଛି ଅସମ୍ଭବ ନୁହେଁ ଆମେ ସମସ୍ତେ କରି ପାରିବା । ନ୍ୟୁୟର୍କରେ ଥିବା ଜାତିସଂଘର ମୁଖ୍ୟକାର୍ଯ୍ୟାଳୟରେ ପ୍ରତିନିଧି ଭାବେ ଦାଇତ୍ୱ ଗ୍ରହଣ କରିବାରେ ରୁଚିରା ହେଉଛନ୍ତି ଭାରତର ପ୍ରଥମ ମହିଳା ।

ତେବେ ରୁଚିରା କିଏ?
୧୯୮୭ ବ୍ୟାଚର ଫରେନ ସର୍ଭିସ ଅଫିସର ହେଉଛନ୍ତି ରୁଚିରା । ୫୮ ବର୍ଷୀୟ ରୁଚିରା ଏହା ପୂର୍ବରୁ ଭୁଟାନରେ ଭାରତୀୟ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟଭାର ସମ୍ଭାଳୁଥିଲେ । ସେ ଜାତିସଂଘରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ଟି ଏସ ତିରୁମୂର୍ତ୍ତିଙ୍କ ସ୍ଥାନ ଗ୍ରହଣ କରିଛନ୍ତି । ଏବଂ ସେ ହେଉଛନ୍ତି ଭାରତର ପ୍ରଥମ ମହିଳା ଯେ ଏହି କାର୍ଯ୍ୟଭାର ସମ୍ଭାଳିବେ ।

ସୂଚନାମୁତାବକ କାମ୍ବୋଜ ୧୯୮୭ ସିଭିଲ ସର୍ଭିସ ପରୀକ୍ଷାରେ ସର୍ବ-ଭାରତୀୟ ରେ ମହିଳା ଟପ୍ପର ଥିଲେ ଏହା ସହିତ ସେହି ବର୍ଷା ବୈଦେଶିକ ସେବା ବ୍ୟାଚ ଟପ୍ପର ଥିଲେ । ସେ ପ୍ରଥମେ ତାଙ୍କ ଯାତ୍ରା ପ୍ୟାରିସରେ ତାଙ୍କ କୂଟନୈତିକ କ୍ୟାରିୟର ଆରମ୍ଭ କରିଥିଲେ ।୧୯୮୯-୧୯୯୧ ପର୍ଯ୍ୟନ୍ତ ସେ ଫ୍ରାନ୍ସରେ ଭାରତୀୟ ଦୁତାବାସର ତୃତୀୟ ସଚିବ ଭାବେ ନିଯୁକ୍ତି ପାଇଥିଲେ । ଏହାପରେ ସେ ଦିଲ୍ଲୀ ଫେରି ଆସି ୧୯୯୧-୧୯୯୬ ୟୁରୋପର ପଶ୍ଚିମ ବିଭାଗେ ବୈଦଶିକ ମନ୍ତ୍ରାଳୟରେ କାର୍ଯ୍ୟ କରିଥିଲେ ।ସେ ୧୭ ମେ ୨୦୧୯ରେ ଭୁଟାନରେ ଭାରତୀୟ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ ।

Get real time updates directly on you device, subscribe now.