fbpx

ଆଜି ଅଶୋକାଷ୍ଟମୀ ଓ ରୁକୁଣା ରଥଯାତ୍ରା, ୨ ବର୍ଷ ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରଥ ଟାଣିବେ ଭକ୍ତ

ଭୁବନେଶ୍ବର (ଭାସ୍କର ନ୍ୟୁଜ): ଦୀର୍ଘ ଦୁଇ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିବ।  ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ । ଏଥିପାଇର୍ ଏକାମ୍ରକ୍ଷେତ୍ର  ଚଳଚଞ୍ଚଳ ହୋଇ ଉଠିଛି  । ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଭଗ୍ନୀ ରୁକ୍ମଣୀ ରଥରେ ବିରାଜିତ ହେବେ । ମାଉସୀମା’ଙ୍କ ପୀଠରେ ୪ ଦିନ ଅବସ୍ଥାନ କରି ପୁଣି ଦ୍ୱାଦଶୀରେ ବାହୁଡ଼ିବେ । ଏଥିପାଇଁ ଶୁକ୍ରବାର ବିଳମ୍ବିତ ରାତ୍ରିରେ ରଥ ପ୍ରତିଷ୍ଠା ସରିଛି ।

ସୂଚନା ମୁତାବିକ, ରୁକୁଣା ରଥଯାତ୍ରା ପାଇଁ କମିଶନରେଟ୍‌ ପୁଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ଶ୍ରୀଲିଙ୍ଗରାଜ ମନ୍ଦିର, ରଥ ରୋଡ ଓ ଏହାର ଚତୁଃପାଶ୍ୱର୍କୁ ପୋଲିସ ଫୋର୍ସ ମୁତୟନ କରାଯିବ। ଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୦ ପ୍ଳାଟୁନ ଫୋର୍ସ ଓ ୯୦ ଜଣ ପୁଲିସ ଅଧିକାରୀ ନିୟୋଜିତ ହେବେ । ସେହିପରି ରଥଟଣା ଅପରାହ୍ଣ ସାଢେ ୩ଟାରେ ଆରମ୍ଭ ହୋଇ ସନ୍ଧ୍ୟା ସାଢେ ୭ଟାରେ ଶେଷ ହେବ ବୋଲି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାସ କହିଛନ୍ତି ।

Get real time updates directly on you device, subscribe now.