fbpx
BSKY SKY
BSKY SKY

ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଜାରି ହେଲା ନୂଆ ଗାଇଡଲାଇନ୍, ବଦଳିଲା ହୋମ୍ ଆଇସୋଲେସନର ସମୟ ଅବଧି

BSKY

ନୂଆଦିଲ୍ଲୀ: ବିଶ୍ୱରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଖାସ୍ କରି ଆମେରିକା, ଦକ୍ଷିଣ ଆଫ୍ରିକା, ୟୁକେ, ବ୍ରିଟେନ୍ ଭଳି ଦେଶରେ ସଂକ୍ରମଣ ପିକ୍ ରେ ରହିଛି । ପ୍ରତିଦିନ ସେଠାରୁ ଲକ୍ଷ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଭାରତରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ୍ରକେନ୍ଦ୍ର ସରକାର ବିଦେଶ ଫେରନ୍ତାଙ୍କ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀ ଦେଶକୁ ଫେରିବା ପରେ ୭ ଦିନ ପାଇଁ ଘରେ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିବେ ଓ ୮ ଦିନରେ ଆରଟିପିସିଆର୍ ଯାଞ୍ଚ କରିବା ବାଧ୍ୟତାମୁଳକ । ଓମିକ୍ରନ ମାମଲା ବଢ଼ୁଥିବାରୁ ଅନ୍ତର୍ଜାତୀୟ ଯାତ୍ରୀଙ୍କ ଉପରେ କଟକଣା ବଢ଼ାଇବା ପାଇଁ ଓ ସଂକ୍ରମଣକୁ ରୋକିବା ପାଇଁ କଡ଼ା ପଦକ୍ଷେପ ନିଆଯାଉଛି । ତେଣୁ ଏହି ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

ଜାନୁଆରୀ ୧୧ ତାରିଖ ଅର୍ଥାତ୍ ଆଜି ଠାରୁ ଏହି ନୂତନ ଗାଇଡଲାଇନ୍ ଲାଗୁ କରାଯାଇଛି । ଯେଉଁ ଯେଉଁ ଦେଶରେ ସଂକ୍ରମଣ ସବୁଠାରୁ ଅଧିକ ରହିଛି ସେହି ଦେଶରୁ ଫେରୁଥିବା ବିଦେଶୀଙ୍କ ଉପରେ କଡ଼ା ନଜର ରଖାଯାଇଛି । ଯାତ୍ରୀ ମାନେ ଆସିବା ପରେ ସେମାନଙ୍କ କୋଭିଡ୍ ପରୀକ୍ଷାକୁ ଅନିବାର୍ଯ୍ୟ କରାଯାଇଛି । ଏୟାରପୋର୍ଟରୁ ବାହାରକୁ ଯିବା ପାଇଁ ଅର୍ଥାତ୍ ଗନ୍ତବ୍ୟସ୍ଥଳକୁ ଯିବାପାଇଁ ବିମାନବନ୍ଦରରେ ହିଁ କୋଭିଡ୍ ରିପୋର୍ଟକୁ ଅପେକ୍ଷା କରିବାକୁ ହେବ । ଯେଉଁ ମାନଙ୍କ ରିପୋର୍ଟ ପଜିଟିଭ୍ ଆସିବ ସେମାନଙ୍କୁ କ୍ୱାରେଣ୍ଟାଇନ୍ କୁ ପଠାଯିବ ବୋଲି ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି ।

ଆଉ ଯଦି ରିପୋର୍ଟ ନେଗେଟିଭ୍ ଆସେ ତେବେ ସେମାନଙ୍କୁ ୭ ଦିନ ପାଇଁ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିବାକୁ ପଡ଼ିବ ଓ ଏହାପରେ ଅଷ୍ଟମ ଦିନ ଆରଟିପିସିଆର୍ ଯାଞ୍ଚ କରିବାକୁ ପଡ଼ିବ । ଉକ୍ତ ରିପୋର୍ଟକୁ ଏୟାର ସୁବିଧା ପୋର୍ଟାଲରେ ଅପଲୋଡ୍ କରିବାକୁ ହେବ ।

 

Get real time updates directly on you device, subscribe now.