fbpx

ହକି ଟର୍ଫରେ ଦେଖିବାକୁ ମିଳିବନି ରୂପିନ୍ଦରଙ୍କ Drag Flick; ଟ୍ୱିଟ୍ କରି ସମାପ୍ତ କଲେ କ୍ୟାରିୟର

ନୂଆଦିଲ୍ଲୀ: ହକି ଟର୍ଫରେ ଆଉ ଦେଖିବାକୁ ମିଳିବନି ଡ୍ରାଗ ଫ୍ଲିକର ରୂପିନ୍ଦର ପାଲ ସିଂଙ୍କ ଯାଦୁ । ଭାରତର ଏହି ଅଭିଜ୍ଞ ଡ୍ରାଗ ଫ୍ଲିକର ଟ୍ୱିଟ କରି ନିଜ ଅବସର ସମ୍ପର୍କରେ ଘୋଷଣା କରିଛନ୍ତି । ଟୋକିଓରେ ବ୍ରୋଞ୍ଜ ବିଜେତା ଦଳର ସଦସ୍ୟ ରହିଥିବା ରୂପିନ୍ଦର ଗୁରୁବାର ଟ୍ୱିଟ କରି ଅବସର ସମ୍ପର୍କରେ ଘୋଷଣା କରିଛନ୍ତି । ୧୩ ବର୍ଷ ଧରି ଭାରତୀୟ ହକିର ମେରୁଦଣ୍ଡ ରହି ଆସିଥିବା ରୂପିନ୍ଦର ୨୨୩ଟି ମ୍ୟାଚ ଖେଳିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ରୂପିନ୍ଦର ୩ଟି ମହତ୍ୱପୂର୍ଣ୍ଣ ଗୋଲ ସ୍କୋର କରିବାରେ ସମର୍ଥ ହୋଇଥିଲେ ।
ମୁଁ ଆପଣ ମାନଙ୍କ ସହିତ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ଶେୟାର କରିବାକୁ ଚାହୁଁଛି । ଯୁବ ଏବଂ ଦକ୍ଷ ଖେଳାଳିଙ୍କ ପାଇଁ ନିଜ ସ୍ଥାନ ଖାଲି କରିବାର ସମୟ ଉପନୀତ ହୋଇଛି । ଦୀର୍ଘ ୧୩ ବର୍ଷ ଧରି ଭାରତ ପାଇଁ ଖେଳିବାର ଖୁସି ସର୍ବଦା ସ୍ୱତନ୍ତ୍ର ରହିବ ବୋଲି ରୂପିନ୍ଦର ଲେଖିଥିଲେ ।

Get real time updates directly on you device, subscribe now.