fbpx
BJD
BJD SKY
BJD SKY

ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ‘ରୁରାଲ ଇଣ୍ଡଷ୍ଟ୍ରିଆଲ ପାର୍କ’ ପ୍ରତିଷ୍ଠା କରାଯିବ: ପ୍ରକ୍ରିୟା ଆରମ୍ଭ କଲା ପଞ୍ଚାୟତିରାଜ ବିଭାଗ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରନ୍ତର ପ୍ରୟାସ ଜାରି କରିଛନ୍ତି । ରାଜ୍ୟ ସରକାର କୃଷକଙ୍କ ଉନ୍ନତି ପାଇଁ ‘କାଳିଆ’ ଯୋଜନା ପ୍ରଣୟନ କରିବା ସହିତ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ (ବିଏସକେୱାଇ) ମାଧ୍ୟମରେ ଲୋକଙ୍କ ନିକଟରେ ସହଜରେ ସ୍ୱାସ୍ଥ୍ୟସେବା ପହଞ୍ଚାଇ ପାରିଛନ୍ତି । ଏଥିସହିତ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।

ରାଜ୍ୟର ବିଭିନ୍ନ ବ୍ଲକରେ ଗ୍ରାମୀଣ ଶିଳ୍ପ ପାର୍କ ପ୍ରତିଷ୍ଠା ହେବା ନେଇ ନିକଟରେ କୃଷି ଭବନରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ବିଡିଓଙ୍କୁ ନେଇ ଏକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ସମ୍ମିଳନୀକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଉଦଘାଟନ କରିଥିଲେ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ ଏହି ଅଭିନବ ଯେଜାନାର ସଫଳ ପରୀକ୍ଷଣ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୫ଟି ବ୍ଲକ ଓ ଦ୍ୱିତୀୟ ପର୍ଯ୍ୟାୟରେ ୪୫ଟି ବ୍ଲକରେ ଉତ୍ପାଦନ, ପ୍ରକ୍ରିୟାକରଣ ଓ ସମନ୍ୱିତ ଚାଷ କ୍ଷେତ୍ରରେ ଏହି ପାର୍କ ପ୍ରତିଷ୍ଠା କିରବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନା ସ୍ୱୟଂ ସହାୟକ ଗୋଷ୍ଠୀକୁ ନିଯୁକ୍ତି ଦେବା ପରିବର୍ତ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଇବ । ବିଶେଷ କରି ମହିଳମାନେ ରୋଜଗାରକ୍ଷମ ହୋଇପାରିବେ ।

ତେବେ ରାଜ୍ୟର ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଗ୍ରାମୀଣ ଶିଳ୍ପ ପାର୍କ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏନେଇ ଗତ ମାସର ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । କଳାହାଣ୍ଡିରେ ସ୍ଥାପନ ହୋଇଥିବା ଶିଳ୍ପ ପାର୍କ ଢାଞ୍ଚାରେ ରାଜ୍ୟର ବ୍ଲକ ସ୍ତରରେ ଗ୍ରାମୀଣ ଶିଳ୍ପ ପାର୍କ ପ୍ରତିଷ୍ଠା ହେବ । କୃଷି ଓ ଅଣକୃଷି ଉତ୍ପାଦର ପ୍ରଚାର ଓ ପ୍ରସାର ଲକ୍ଷ୍ୟରେ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।

Get real time updates directly on you device, subscribe now.