fbpx

IPL-2024ରେ ବ୍ୟାନ୍ ହେବେ ଋଷଭ ପନ୍ତ! ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ

Advertisement

ନୂଆଦିଲ୍ଲୀ: ଚଳିତ ଆଇପିଏଲରୁ କମବ୍ୟାକ କରୁଛନ୍ତି ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ । ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଭାବରେ କ୍ରିକେଟକୁ ଫେରିଛନ୍ତି ଋଷଭ । କିନ୍ତୁ ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟରେ ତାଙ୍କ ଉପରେ ବ୍ୟାନ୍ ଲାଗିପାରେ । ଏଥିପାଇଁ ବିସିସିଆଇ ତରଫରୁ ସଂକେତ ମଧ୍ୟ ମଳିସାରିଛି । ବର୍ତ୍ତମାନ ପନ୍ତଙ୍କ ପାଖରେ ଶେଷ ସୁଯୋଗ ରହିଛି । ଆଉ ଗୋଟିଏ ଭୁଲ ଋଷଭଙ୍କୁ ଆଇପିଏଲରେ ବ୍ୟାନ୍ ଲଗାଇପାରେ । ଲଗାତାର ଦୁଇଟି ମ୍ୟାଚରେ ସ୍ଲୋ ଓଭର ରେଟ୍ ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ । ଯାହା ଫଳରେ ତାଙ୍କ ଉପରେ ବ୍ୟାନ୍ ଲାଗିବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇଛି ।

ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସକୁ ଡବଲ ଝଟକା ଲାଗିଛି । କୋଲକାତା ବିପକ୍ଷରେ ୧୦୬ ରନର ବିଶାଳ ପରାଜୟ ପରେ ଅଧିନାୟକ ସମେତ ଅନ୍ୟାନ୍ୟ ଖେଳାଳିଙ୍କ ଉପରେ ଲକ୍ଷ ଲକ୍ଷ ଟଙ୍କାର ଜରିମାନା ଲାଗୁ କରିଛି ବିସିସିଆଇ । କୋଲକାତା ବିପକ୍ଷରେ ସ୍ଲୋ ଓଭର ରେଟ୍ ବୋଲିଂ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ଏଥର ଅଧିନାୟକ ଋଷଭ ପନ୍ତଙ୍କ ସହ ସମଗ୍ର ଦଳ ଉପରେ ଜରିମାନା ଲାଗୁ କରାଯାଇଛି । କୋଲକାତା ବିପକ୍ଷ ମ୍ୟାଚରେ ଦିଲ୍ଲୀ ଦ୍ୱିତୀୟ ଥର ପାଇଁ ଏହି ଭୁଲ କରିଛି । ପ୍ରଥମେ ଚେନ୍ନାଇ ବିପକ୍ଷରେ ଏହି ଭୁଲ ପାଇଁ ଅଧିନାୟକ ଋଷଭଙ୍କୁ ଜରିମାନା ଲାଗୁ ହୋଇଥିବା ବେଳେ ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଉପରେ ୨୪ ଲକ୍ଷ ଟଙ୍କାର ଜରିମାନା ଲାଗୁ ହୋଇଛି । ଏହାବ୍ୟତୀତ ଇମ୍ପାକ୍ଟ ପ୍ଲେୟର(ଅଭିଷେକ ପୋରେଲ) ସମେତ ଦିଲ୍ଲୀର ଅନ୍ୟ ସଦସ୍ୟ ମାନଙ୍କ ଉପରେ ୬ ଲକ୍ଷ ଟଙ୍କା ଜରିମାନା ଳାଗୁ କରିଛି ବିସିସିଆଇ ।

ଚଳିତ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ ୨ ଥର ସ୍ଲୋ ଓଭର ରେଟ୍ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇସାରିଛି । ତେବେ ତୃତୀୟ ଥର ଦିଲ୍ଲୀ କ୍ୟାପିଟାଲ୍ସ ସ୍ଲୋ ଓଭର ରେଟ୍ ବୋଲିଂରେ ଦୋଷୀ ସାବ୍ୟସ୍ତ ହେଲେ, ଦଳ ଅଧିନାୟକ ଋଷଭ ପନ୍ତଙ୍କୁ ହରାଇବ । ଆଇପିଏଲ ନିୟମ ଅନୁସାରେ, ଏହି ଭୁଲ ୩ ଥର ହେଲେ ଦଳର ଅଧିନାୟକଙ୍କ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ସହ ଗୋଟିଏ ମ୍ୟାଚ ପାଇଁ ବ୍ୟାନ୍ ଲଗାଯାଇପାରେ । ତେଣୁ ଆଉ ଥରେ ସ୍ଲୋ ଓଭର ରେଟ୍ ବୋଲିଂ ଋଷଭ ପନ୍ତଙ୍କୁ ଗୋଟିଏ ମ୍ୟାଚରେ ବ୍ୟାନ୍ କରିପାରେ । ଏହାସହିତ ଦଳର ଅନ୍ୟ ସଦସ୍ୟମାନଙ୍କ ଉପରେ ମଧ୍ୟ ୧୨ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଲାଗୁ ହୁଏ ।

Get real time updates directly on you device, subscribe now.