fbpx

Video: ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବାକୁ ଉଦ୍ୟମ କଲା ୟୁକ୍ରେନ: ଗମ୍ଭୀର ଅଭିଯୋଗ ଲଗାଇଲା ଋଷିଆ

ନୂଆଦିଲ୍ଲୀ: ଋଷ ଆଜି ଅଭିଯୋଗ କରିଛି ଯେ, ୟୁକ୍ରେନ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ହତ୍ୟା ଉଦ୍ୟମ କରିଛି । ଋଷ ଦାବି କରିଛି ଯେ, ୟୁକ୍ରେନ୍ ଦ୍ୱାରା ଲଞ୍ଚ କରାଯାଇଥିବା ଦୁଇଟି ଡ୍ରୋନ୍ ଖସାଇ ଦିଆଯାଇଛି। ଋଷ ପକ୍ଷରୁ ଏକ ବୟାନରେ କୁହାଯାଇଛି ଯେ, ”ଏଭଳି ସ୍ଥିତିରେ ଋଷ ଯେତେବେଳେ ଏବଂ ଯେଉଁଠାରେ ଚାହିଁବ ଜବାବୀ କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର ରଖିଛି”।

ଋଷିଆ କହିଛି ଯେ ଏହି ଆକ୍ରମଣକୁ ଏକ ସୁଚିନ୍ତିତ ଆତଙ୍କବାଦୀ କାର୍ଯ୍ୟ ଏବଂ ଋଷ ଫେଡେରେଶନର ରାଷ୍ଟ୍ରପତିଙ୍କ ହତ୍ୟା କରିବାକୁ ଏକ ପ୍ରୟାସ ବୋଲି ବିବେଚନା କରାଯାଇଛି। ଋଷିଆ ଏକ ବିବୃତ୍ତିରେ କହିଛି ଯେ ଦୁଇଟି ମାନବ ବିହୀନ ଯାନ(ଡ୍ରୋନ୍) କ୍ରେମଲିନ୍ ଆଡକୁ ଟାର୍ଗେଟ କରାଯାଇଥିଲା … ଯାହାକୁ ଋଷ ଶୂନ୍ୟରେ ଧ୍ୱଂସ କରିଦେଇଛି।

ତେବେ ଏହି ଆକ୍ରମଣରେ ରାଷ୍ଟ୍ରପତି ପୁଟିନ୍‌ଙ୍କର କୌଣସି କ୍ଷତି ହୋଇନାହିଁ ଏବଂ କ୍ରେମଲିନ ବିଲ୍ଡିଂର ମଧ୍ୟ କୌଣସି କ୍ଷତି ହୋଇନାହିଁ ।

ଏହି ଘଟଣା ସଂକ୍ରାନ୍ତରେ ଋଷିଆ ପକ୍ଷରୁ ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି । ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ଋଷ ରାଷ୍ଟ୍ରପତି ଭବନ ଆଡ଼କୁ ଏକ ଅଜଣା ବସ୍ତୁ ଉଡ଼ି ଆସୁଛି ଏବଂ ହଠାତ ଏହା ବିସ୍ପୋରଣ ହୋଇଯାଉଛି ।

ତେବେ ପୁଟିନଙ୍କ ଉପରେ ଡ୍ରୋନ୍ ଦ୍ୱାରା ହତ୍ୟା ଉଦ୍ୟମ ଖବର ଆସିବା ପରେ ମସ୍କୋ ମେୟର ଋଷର ରାଜଧାନୀ ଉପରେ ଅନଧିକୃତ ଡ୍ରୋନ୍ ଉଡ଼ାଣ ଉପରେ ପ୍ରତିବନ୍ଧକ ଘୋଷଣା କରିଥିଲେ। ମେୟର ସରୋଜ ସୋବିୟାନିନ୍ ଏକ ବିବୃତ୍ତିରେ କହିଛନ୍ତି ଯେ “ସରକାରୀ କର୍ତ୍ତୃପକ୍ଷ” ଙ୍କ ଠାରୁ ବିଶେଷ ଅନୁମତି ନ ମିଳିଲେ ଡ୍ରୋନ୍ ଉଡ଼ାଣ ଉପରେ ପ୍ରତିବନ୍ଧକ ରହିବ।

Get real time updates directly on you device, subscribe now.