fbpx

Car driving : ‘ଷ୍ଟିଅରିଂ’ କୁ କିଭଳି ଧରିବେ ? କାର୍ ଶିଖିବାବେଳେ ଜାବୁଡି ଧରିବାକୁ କାହିଁକି ମନା କରାଯାଏ ..

ନୂଆଦିଲ୍ଲୀ : ଆଗରୁ ବଡ ବଡିଆଙ୍କ ଘରେ କାର ଥିଲା ଏବଂ ପ୍ରତି ମଧ୍ୟବିତ୍ତଙ୍କ ସ୍ୱପ୍ନ ଥିଲା କାର ଚଢିବା ।  କିନ୍ତୁ ଏବେ କାର ଅତି ସାଧାରଣ ହୋଇଯାଇଛି । ଘରେ ଘରେ କାର ରହିଛି । ଘର ଯେମିତି ହୋଇଥାଉ ପଛେ କିନ୍ତୁ ଘର ଆଗରେ ଖଣ୍ଡିଏ କାର ରହିଛି । ଖାଲି ତ କାର ଧୋଇଲେ ହେବନି, ତାହାକୁ ଚଲାଇବାକୁ ପଡିବ ଆଉ ଏଥିପାଇଁ କାର ଶିଖିବାକୁ ପଡିବ ।

ଆଜିକାଲି କାର୍ ଚଳାଇବା ଶିଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି । କାରଣ ବର୍ତ୍ତମାନ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ କାର କୁ ମୁଖ୍ୟ ବାହନ ଭାବେ ଗ୍ରହଣ କରାଯାଇଛି । ଏଭଳି ପରିସ୍ଥିତିରେ ଏବେ ସମସ୍ତେ କାର ଚଳାଇବା ଶିଖୁଛନ୍ତି। ବିଶେଷକରି କିଶୋର ଓ କିଶୋରୀମାନେ କାର ଚଳାଇବା ଶିଖୁଛନ୍ତି । ସେମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ସେମାନେ କୌଣସି ଏକ ଡ୍ରାଇଭିଂ ସ୍କୁଲ ମାଧ୍ୟମରେ କାର ଚଳାଇବା ଶିଖିପାରିବେ ଏବଂ ଲାଇସେନ୍ସ ପାଇଁ ଆବେଦନ କରିପାରିବେ ।

ତେବେ କାର ଶିଖିଲା ବେଳେ ଷ୍ଟିଅରିଂକୁ ଜାବୁଡି ଧର ନାହିଁ, ବରଂ ହାଲୁକା ହତରେ ଧରିବା ପାଇଁ କୁହାଯାଏ କାହିଁକି ..? ଆମେ ଆପଣଙ୍କୁ ଏଭଳି କିଛି ଟିପ୍ସ ବିଷୟରେ କହିବୁ ଯାହା ଜୀବନ ସାରା କାର ଡ୍ରାଇଭିଂରେ ସାହାଯ୍ୟ କରିବ ।

ପ୍ରତ୍ୟେକ ନୂତନ କାର୍ ଶିକ୍ଷାର୍ଥୀ ପାଇଥିବା ଏକ ସାଧାରଣ ପରାମର୍ଶ ହେଉଛି ଷ୍ଟିଅରିଂକୁ ହାଲୁକା ଭାବରେ ଧରି ରଖିବା ଉଚିତ । ଯେଉଁମାନେ ଉପଦେଶ ଦିଅନ୍ତି ସେମାନେ ମଧ୍ୟ ଏହି ପରାମର୍ଶ କେତେ ସତ ଏବଂ କେତେ ଭୁଲ ତାହା ଜାଣି ନାହାଁନ୍ତି । ଆଜି ଆମେ ଆପଣଙ୍କୁ ଡ୍ରାଇଭିଂ ସମ୍ବନ୍ଧୀୟ ଅତି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବାକୁ ଯାଉଛୁ ।

କାର ଡ୍ରାଇଭିଂର ଗୁରୁତ୍ୱପୂର୍ଣ୍ଣ ହେଉଛି ଷ୍ଟିଅରିଂ ଧରିବାର ତରିକା । କାର୍ ଚାଳନା ସମୟରେ ଅଧିକାଂଶ ଡ୍ରାଇଭରମାନେ ମଧ୍ୟ ଅଧିକାଂଶ ସମୟରେ କାରର ଷ୍ଟିଅରିଂକୁ ଭୁଲ୍ ଢଙ୍ଗରେ ଧରିଥାନ୍ତି । ଏହା ମଧ୍ୟ ବେଳେବେଳେ ବିପଜ୍ଜନକ ହୋଇଯାଏ । କାର ହଠାତ୍ ମୋଡିବା ସମୟରେ ଷ୍ଟିଅରିଂକୁ ଭୁଲ୍ ଧରିବା ଯୋଗୁଁ ଦୁର୍ଘଟଣାର ସମ୍ଭାବନା ଥାଏ ।

କେମିତି ଷ୍ଟିଅରିଂ ଧରିବେ : ଅଧିକାଂଶ ଲୋକ ଗୋଟିଏ ହାତରେ କାରର ଷ୍ଟିଅରିଂ ଧରିଥାନ୍ତି କିମ୍ବା ଦୁଇ ହାତରେ ମଧ୍ୟ ଷ୍ଟିଅରିଂକୁ ଭୁଲ ସ୍ଥିତିରେ ଧରିଥାନ୍ତି । ଷ୍ଟିଅରିଂକୁ ସର୍ବଦା ଦୁଇ ହାତରେ ଧରି ରଖିବା ଉଚିତ ଏବଂ ହାତକୁ ଘଣ୍ଟାର ୧୦:୧୦ ସ୍ଥିତିରେ ରଖିବା ଉଚିତ । ଏପରି ପରିସ୍ଥିତିରେ ଷ୍ଟିଅରିଂକୁ ବୁଲାଇବା ସହଜ ହୋଇଥାଏ ଏବଂ ହାତରେ କଷ୍ଟ ବି ହୋଇନଥାଏ ।

ଷ୍ଟିଅରିଂ ଉପରେ ନିୟନ୍ତ୍ରଣ : ଷ୍ଟିଅରିଂକୁ କଦାପି ଜାବୁଡି ଧରିବା ଉଚିତ୍ ନୁହେଁ, କିନ୍ତୁ ଅତିି ହଲୁକା ଭାବରେ ଧରିବା ଭାବରେ ଉଚିତ୍ ନୁହେଁ । ସବୁବେଳେ ଷ୍ଟିଅରିଂ ଉପରେ ନିୟନ୍ତ୍ରଣ ରଖିବା ଉଚିତ୍ । କାରଣ ବେଳେବେଳେ ଖାଲ ଢିପ ଆସିଲେ ଗାଡି ନିୟନ୍ତ୍ରଣାରେ ରହିବ ନାହିଁ । କାରର ଟାୟାର କିଛି ସ୍ଥାନରେ ହଠାତ୍ ବୁଲିଯାଇପାରେ । ଯଦି ଷ୍ଟିଅରିଂ ଉପରେ ଆପଣଙ୍କର ଭଲ ଆଭିଜ୍ଞତା ଅଛି ତେବେ ଏହା ଘଟିବ ନାହିଁ । ଯଦି ଆପଣ ନୂଆ ଶିଖୁଛନ୍ତି ତେବେ ଷ୍ଟିଅରିଂକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ ।

ଷ୍ଟିଅରିଂ ନୋବ୍ ଲଗନ୍ତୁ ନାହିଁ : ଷ୍ଟିଅରିଂ ନୋବ ଲଗାଇବା ଯେତିକି ସୁବିଧା ତା’ ଠାରୁ ଅଧିକ ଅସୁବିଧା ରହିଛି । ବେଳେବେଳେ ଏଇଟା ଭାଙ୍ଗିଗଲେ ଷ୍ଟିଅରିଂ ପରିଚାଳନା କରିବା କଷ୍ଟକର ହୋଇଯାଏ । ସେଥିପାଇଁ ଷ୍ଟିଅରିଂ ନୋବ୍ ଆପଣଙ୍କୁ ଅସୁବିଧାରେ ପକାଇପାରେ । ଯେଉଁମାନେ ଲମ୍ବା ଡ୍ରାଇଭ୍ କରନ୍ତି ସେମାନଙ୍କ ପାଇଁ ଷ୍ଟିଅରିଂ ନୋବ ଆରାମଦାୟକ ବୋଲି ପ୍ରମାଣ କରେ କିନ୍ତୁ ଏହାର ଅସୁବିଧା ଏତେ ବଡ ଯେ ଏହାର ବ୍ୟବହାର ନ କରିବା ଉଚିତ୍ ।

Get real time updates directly on you device, subscribe now.