fbpx

Video: କଂଗ୍ରେସ ନେତା ଭାଇଙ୍କ ଘରେ ପଡ଼ିଲା ପୋଲିସ ରେଡ୍‌, ଗଛରୁ ମିଳିଲା ୧ କୋଟି ଟଙ୍କା

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଏବେ ନିର୍ବାଚନୀ ପାଗ ଜୋର ଧରିଥିବା ବେଳେ ପ୍ରଚାର ଜୋରଦାର ଚାଲିଛି । ଏହି ସମୟରେ ନିର୍ବାଚନରେ ସ୍ୱଚ୍ଛତା ରଖିବା ପାଇଁ ନିର୍ବାଚନ କମିଶନ ଏବଂ ଆୟକର ବିଭାଗ ସଜାଗ ଅଛନ୍ତି । ଏହାରି ମଧ୍ୟରେ ଆୟକର ବିଭାଗ(income tax)କର୍ଣ୍ଣାଟକର ଜଣେ କଂଗେସ ନେତା ଅଶୋକ କୁମାର ରାୟଙ୍କ ଭାଇ ସୁବ୍ରମଣ୍ୟମ ରାୟଙ୍କ ଘରେ ଚଢାଉ କରିଛନ୍ତି । ଅଶୋକ କୁମାର ରାୟ ଆଗାକୁ ଏବେ ନିର୍ବାଚନ ମୈଦାନରେ କଂଗ୍ରେସ ପ୍ରାର୍ଥୀ ଅଛନ୍ତି ।

ତେବେ ରାଜ୍ୟରେ ନିର୍ବାଚନକୁ ଦୃଷ୍ଟିରେ ରଖି ଆୟକର ବିଭାଗ ଚଢାଉ କରୁଛି। ସୁବ୍ରମଣ୍ୟମ ରାୟଙ୍କ ଘରେ ଚଢ଼ାଉ ସମୟର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଏଥିରେ ନୋଟ୍ ଭରା ହୋଇଥିାବ ଏକ ବାକ୍ସ ଗଛରେ ଲୁଚା ଯାଇଥିବା ଦେଖିବାକୁ ମିଳୁଛି । ରାଜ୍ୟରେ ନିର୍ବାଚନକୁ ଦୃଷ୍ଟିରେ ରଖି ଆୟକର ବିଭାଗ ଚଢାଉ କରୁଛି । ସୁବ୍ରମଣ୍ୟମ ରାୟଙ୍କ ଘରେ ଚଢ଼ାଉ ସମୟର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଏଥିରେ ନୋଟ୍ ଭରା ହୋଇଥିାବ ଏକ ବାକ୍ସ ଗଛରେ ଲୁଚା ଯାଇଥିବା ଦେଖିବାକୁ ମିଳୁଛି । ଏଥିରେ ଦେଖିବାକୁ ମିଳୁଛି ଯେ ଆୟକର ଅଧିକାରୀମାନେ ଏକ ଗଛକୁ ଗୋଟିଏ ପାର୍ଶ୍ୱରୁ ଦେଖୁଛନ୍ତି। ଏହାର ଏକ ଶାଖାରେ ଏକ ବାକ୍ସ ରଖାଯାଇଛି। ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଥିବା ମହିଳାଙ୍କୁ ପ୍ରଶ୍ନ କରନ୍ତି, ଏହା କ’ଣ? ଏହା ନଗଦ ଟଙ୍କା କି? ଏହାକୁ ଏଠାରେ କିଏ ରଖିଲା? ଏହାର ଉତ୍ତର ଦିଅ! ଏହା ଉପରେ ମହିଳା କୁହନ୍ତି ଯେ ମୁଁ ଏହାକୁ ରଖିଛି। ଅଧିକାରୀ ପଚାରନ୍ତି କିଏ ଏହାକୁ ଏଠାରେ ରଖିବାକୁ କହିଲା? ଆପଣଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି? ଉତ୍ତର ଆସିବା ପୂର୍ବରୁ ଭିଡିଓ ଶେଷ ହୋଇଯାଇଥିଲା।

ଏବେ କର୍ଣ୍ଣାଟକରେ ନିର୍ବାଚନ ଥିବାରୁ ଆଦର୍ଶ ଆଚରଣବିଧି(Model code of conduct) ଲାଗୁ କରାଯାଇଛି । ଏହି ସମୟରେ ଆୟର କର ବିଭାଗ ୧୧୦ କୋଟି ରୁ ଉର୍ଦ୍ଧ ଟଙ୍କା ଜବତ କଲାଣି ।

Get real time updates directly on you device, subscribe now.