fbpx

ଦିଲ୍ଲୀର ଆଉ ଏକ ଘୋଟାଲା ! ମଦ ପରେ ଏବେ ପ୍ରଫେସର ନିଯୁକ୍ତି ଦୁର୍ନୀତି ଅଭିଯୋଗ, ତଦନ୍ତ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ମଦ ଦୁର୍ନୀତିକୁ ନେଇ ଦିଲ୍ଳୀରେ ଭୂକମ୍ପ ମଚିଥିବା ବେଳେ ଏବେ ଆଉ ଏକ ଘୋଟଲାର ଗନ୍ଧ ବାରି ହୋଇ ପଡିଛି । ଏଥର ପ୍ରଫେସର ନିଯୁକ୍ତିକୁ ନେଇ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଦିଲ୍ଲୀର ଫାର୍ମାସ୍ୟୁଟିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ୟୁନିଭରସିଟି (ଡିପିଏସଆରୟୁ ନିଯୁକ୍ତି) ରେ ପ୍ରଫେସର ନିଯୁକ୍ତିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଦିଲ୍ଲୀର ଏଲଜି ଭି.କେ ସାକ୍ସେନା ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୯ ମସିହାରେ ଅନୁଷ୍ଠାନ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ସହକାରୀ ପ୍ରଫେସର ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରେ ଏହି ପଦବୀରେ ନିଯୁକ୍ତିର ଅନିୟମିତତା ଅଭିଯୋଗ ଆସିଥିଲା। ଭିଜିଲାନ୍ସ ବିଭାଗର ଅନୁସନ୍ଧାନରେ ୬ ଟି ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହା ପରେ ସମସ୍ତ ନିଯୁକ୍ତିକୁ ଯାଞ୍ଚ କରିବାକୁ ଏଲଜି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ପ୍ରସ୍ତାବକୁ ଗ୍ରହଣ କରି ଦିଲ୍ଲୀର ଏଲଜି ସାତ ଦିନ ମଧ୍ୟରେ ନୋଟିସ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଭିଜିଲାନ୍ସ ବିଭାଗର ରିପୋର୍ଟରେ ଅନୁଯାୟୀ, ୬ ଜଣ ପ୍ରାର୍ଥୀ ଜାଲ୍ ଡକ୍ୟୁମେଣ୍ଟ ଦାଖଲ କରିଥିବା ଜଣାପଡିଛି। ସେହି ପ୍ରାର୍ଥୀମାନଙ୍କର ଉପରୋକ୍ତ ପୋଷ୍ଟଗୁଡିକରେ ଅଭିଜ୍ଞତାର ଅଭାବ ରହିଥିଲା କିମ୍ବା ଯୋଗ୍ୟତା ମାନଦଣ୍ଡ ପୂରଣ କରିବା ପାଇଁ ଜାଲ୍ ଡକ୍ୟୁମେଣ୍ଟ୍ ଦାଖଲ କରାଯାଇଥିଲା । ଏହି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଡିଆରପିଏସର କୁଳପତିଙ୍କ ଅଜ୍ଞାତରେ ଅଧ୍ୟାପକା ନିଯୁକ୍ତିରେ ଏତେ ବଡ଼ ଧରଣର ଦୁର୍ନୀତ ସମ୍ଭବ ନୁହେଁ । ଏଲଜି ଭି.କେ ସାକ୍ସେନା ଏହି ୟୁନିଭରସିଟିର କୁଳପତି ବୋଲି ମଧ୍ୟ ଜଣାପଡିଛି । ତେଣୁ ଏବେ ତାଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି ।

Get real time updates directly on you device, subscribe now.