fbpx

Google ଉପରେ ୩୦୦୦ କୋଟିର ଜରିମାନା ଲଗାଇଲା ଋଷ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧକୁ ନେଇ ଭ୍ରମାତ୍ମକ ଖବର ଦେଖାଇବା ଅଭିଯୋଗରେ ଗୁଗଲ ଉପରେ ଋଷ ୩୦୦୦ କୋଟି ଟଙ୍କାର ଜରିମାନା ଲଗାଇଛି । ମସ୍କୋର ଏକ ଅଦାଲତ ଗୁଗଲକୁ ଋଷ ବିରୋଧରେ ଅବୈଧ ଏବଂ ଭ୍ରମାତ୍ମକ ଖବର ଦେଖାଇବା ଏବଂ ୟୁକ୍ରେନ ଯୁଦ୍ଧକୁ ନେଇ ଭୁଲ୍ ତଥ୍ୟ ଦେବା ଅଭିଯୋଗରେ ଦୋଷୀ ପାଇଛନ୍ତି ।

କୋର୍ଟ ଗୁଗଲକୁ ଏନେଇ ଦୋଷୀ  କହିଛନ୍ତି । କୋଟ କହିଛନ୍ତି ଯେ ସରକାରଙ୍କ ତରଫରୁ ବାରମ୍ବାର ଚେତାବନୀ ଦିଆଯିବା ପରେ ମଧ୍ୟ ଗୁଗୁଲ ଏହିଭଳି କଣ୍ଟେଣ୍ଟ ୟୁଟ୍ୟୁବ୍ ତଥା ଅନ୍ୟ ସ୍ଥାନରୁ ହଟାଯାଇନାହିଁ । ଏହାପରେ ଗୁଗଲକୁ ଉପରେ ପ୍ରାୟ ୩୦୦ କୋଟିର ଜରିମାନା ଲଗାଯାଇଛି । ଅଦାଲତ ବିଶେଷ କରି ୟୁଟ୍ୟୁବ୍ କୁ ଖାସ୍ ଚେତାବନୀ ଦେଇଛନ୍ତି ଯେ ଏହା ନିଜ ପ୍ଲାଟଫର୍ମରୁ ମିଲିଟାରୀ ଅପରେସନର ମ୍ୟାଟେରିଆଲ ହଟାଇନାହିଁ ଯାହା ୟୁକ୍ରେନ ଯୁଦ୍ଧ ସମୟରେ କରାଯାଇଛି ।

ଅଦାଲତ କହିଛନ୍ତି ଗୁଗଲକୁ ଏଭଳି କଣ୍ଟେଣ୍ଟ ହଟାଇବା ଏବଂ ପୁଣିଥରେ ପ୍ରସାରିତ ନକରିବାକୁ ଚେତାବନୀ ବାରମ୍ବାର ଦିଆଯାଇଥଲା, କିନ୍ତୁ ଗୁଗଲ ଏହାକୁ ମାନିନଥିଲା ଏବଂ ଭୁଲ କଣ୍ଟେଣ୍ଟ ପ୍ରସାରିତ କରିଥିଲା । ଆହୁରି ମଧ୍ୟ କୁହାଯାଇଥିଲା ଯେ ୟୁଟ୍ୟୁବ୍ ଋଷର ଯୁବବଗଙ୍କୁ ଅବୈଧ ଆନ୍ଦୋଳ ପାଇଁ ଉସ୍କାଉଛି ।

ଏହା ସହ କମ୍ପାନୀ ବିରୋଧରେ ଦେବାଳିଆ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛି । ଏମିତିରେ କର୍ମଚାରୀଙ୍କ ବେତନ ଦେବା ମଧ୍ୟ ମୁସ୍କିଲ ହୋଇପଡ଼ିଛି । କମ୍ପାନୀ ଗତ ବର୍ଷ ମଧ୍ୟ ୭.୨ ଅରବ ଋବଲ ଜୋରିମାନା ଲଗାଇଥିଲା । କମ୍ପାନୀ ଗୁଗଲର ଋଷ ସ୍ଥିତ ଆକାଉଣ୍ଟ ମଧ୍ୟ ସିଜ୍ କରିଛି ।

Get real time updates directly on you device, subscribe now.