fbpx

ୟୁକ୍ରେନ ସହିତ ଯୁଦ୍ଧରେ ଋଷ୍ ସହିଛି ବହୁତ କ୍ଷତି ! ୫ ମାସରେ ହରାଇଛି ୨୦ ହଜାର ସୈନିକ , ଲକ୍ଷାଧିକ ଆହତ

ୱାଶିଂଟନ୍ : ୟୁକ୍ରେନ ସହିତ ରଷିଆର ଘମାଘୋଟ୍ ଯୁଦ୍ଧ ଚାଲିଛି । ଯେତିକି କ୍ଷତି ୟୁକ୍ରେନ୍ ସହିଛି ସେତିକି ମଧ୍ୟ ରଷିଆ ସହିଛି । ଡିସେମ୍ବର ୨୦୨୨ ରୁ ବର୍ତ୍ତମାନ ପର‌୍ୟ୍ୟନ୍ତ ଅର୍ଥାତ୍ ଗତ ୫ ମାସ ମଧ୍ୟରେ ରଷିଆ ୨୦,୦୦୦ ରୁ ଅଧିକ ସୈନିକ ହରାଇଛି । କେବଳ ସେତିକି ନୁହେଁ ଏକ ଲକ୍ଷରୁ ଅଧିକ ଆହତ ହୋଇଛନ୍ତି। ସିଏନ୍ଏନ୍ ଅନୁଯାୟୀ ହ୍ୱାଇଟ ହାଉସର ଅଧିକାରୀ ଜନ୍ କିର୍ବି ଏହି ଦାବି କରିଛନ୍ତି।

ସୋମବାର ଦିନ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି କିର୍ବି କହିଛନ୍ତି ଯେ, ରଷିଆ ଏହି ଯୁଦ୍ଧରେ ସାମରିକ ଭଣ୍ଡାର ଏବଂ ସଶସ୍ତ୍ର ବାହିନୀକୁ ନଷ୍ଟ କରିଛି । ଡିସେମ୍ବରରୁ ଏପର୍ଯ୍ୟନ୍ତ ୧୦୦,୦୦୦ ରୁଷିଆ ସୈନିକ ଆହତ ହୋଇଥିବା ବେଳେ ୨୦,୦୦୦ ସୈନିକଙ୍କ ମୃତ୍ୟୁ ଘଟିଛି। ହେଲେ ଦାବି କୁ ନେଇ ରଷିଆ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

ଋଷର ପୂର୍ବ ଡୋନେଟସ୍କ ଅଞ୍ଚଳରେ ଋଷ ଏବଂ ୟୁକ୍ରେନ ସୈନ୍ୟ ମଧ୍ୟରେ ତୀବ୍ର ସଂଘର୍ଷ ଜାରି ରହିଛି । ଆମେରିକାରେ ହ୍ୱାଇଟ ହାଉସର ଜାତୀୟ ସୁରକ୍ଷା ପରିଷଦର ମୁଖପାତ୍ର ଜନ୍ କିର୍ବି କହିଛନ୍ତି ଯେ ଋଷର କାଜୁଆଲିଟି ଆକଳନ ଆମେରିକାର ନୂତନ ଗୁପ୍ତଚର ଉପରେ ଆଧାରିତ ଯାହା ନିକଟରେ ସାର୍ବଜନୀନ ହୋଇଛି। କେଉଁ ଆଧାରରେ ଗୁପ୍ତଚର ସମ୍ପ୍ରଦାୟ ଏହି ଆକଳନ କରିଛି ସେ କହି ନାହାଁନ୍ତି।

ଏହି ସମୟରେ, ୟୁକ୍ରେନ ବାୟୁ ପ୍ରତିରକ୍ଷା ବାହିନୀ ସୋମବାର ଦିନ ରୁଷ ସୈନ୍ୟ ଦ୍ୱାରା ଆରମ୍ଭ ହୋଇଥିବା ୧୮ ଟି କ୍ଷେପଣାସ୍ତ୍ର ମଧ୍ୟରୁ ୧୫ ଟିକୁ ନଷ୍ଟ କରିବାରେ ସଫଳ ହୋଇଛି । ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସୋମବାର କହିଛନ୍ତି ଯେ ପୂର୍ବ ପାଭଲୋହ୍ଲାଡ ସହର ଉପରେ ୠଷର କ୍ଷେପଣାସ୍ତ୍ର ଆକ୍ରମଣ ସାରାରାତି ଜାରି ରହିଥିଲା, ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୪୦ ଜଣ ଆହତ ହୋଇଥିଲେ।

Get real time updates directly on you device, subscribe now.