fbpx
BSKY
BJD SHG SKY
BJD MC SKY

ଚୀନର ସତର୍କବାଣୀ: ୟୁକ୍ରେନ ପରେ ଏହି ଦେଶଗୁଡିକ ଉପରେ ଆକ୍ରମଣ କରିବା ପାଇଁ ଲିଷ୍ଟ କରୁଛି ଋଷ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଏଣ୍ଟ୍ରି ମାରିଛି ଚୀନ । ଋଷକୁ ନେଇ ଏକ ବିରାଟ ବନ୍ତବ୍ୟ ଦେଇଛି ଚୀନର ଗଣମାଧ୍ୟମ ସଂସ୍ଥା । ନିଜ ଶତ୍ରୁ ରାଷ୍ଟ୍ରମାନଙ୍କ ଲିଷ୍ଟ ତିଆରି କରୁଥିବା କହି ଋଷ ଉପରେ ଅଭିଯୋଗ ଆଣିଛି ଚୀନ । ଋଷର ଏହି ଲିଷ୍ଟରେ ଦେଶର ସର୍ବ ଶକ୍ତିମାନ ରାଷ୍ଟ୍ର ଆମେରିକା ସହ ଜାପାନ ବ୍ରିଟେନ ଏବଂ ୟୁରୋପିୟନ ୟୁନିଅନର ୨୭ ଦେଶ ମଧ୍ୟ ସାମିଲ ରହିଥିବା ଚୀନ କହିଛି । ତେବେ ଋଷର ଏହି ଟାର୍ଗେଟ ଲିଷ୍ଟରେ ମୋଟ ୩୧ ରାଷ୍ଟ୍ର ରହିଛନ୍ତି ବୋଲି କହିଛି ଚୀନର ଗଣମାଧ୍ୟମ ସଂସ୍ଥା ।

ଚୀନର ଏକ ଗଣମାଧ୍ୟମ ସଂସ୍ଥା ଅନୁସାରେ, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଏକ ଲିଷ୍ଟକୁ ମଞ୍ଜୁରି ଦେଇଛନ୍ତି ଯେଉଁଥିରେ ଦେଶର ମୋଟ ୩୧ ରାଷ୍ଟ୍ରର ନାଁ ରହିଛି । ତେବେ ଏହି ଲିଷ୍ଟ ଅନୁସାରେ ଋଷ ଆଗକୁ ଆକ୍ରମଣ କରିବ ବୋଲି ଅନୁମାନ କରାଯାଉଛି । ତେବେ ଏହି ଲିଷ୍ଟରେ ୟୁକ୍ରେନର ନାଁ ମଧ୍ୟ ସାମିଲ ରହିଛି । କୁହାଯାଉଛି ଯେ, ୟୁକ୍ରେନ ପରେ ଏହି ତାଲିକା ଅନୁସାରେ ଋଷ ଆମେରିକା ଏବଂ ବ୍ରିଟେନ ସହିତ ପଶ୍ଚିମ ଦେଶଗୁଡିକ ଉପରେ ଆକ୍ରମଣ କରିବ । ୟୁକ୍ରେନ ଉପରେ ଆକ୍ରମଣ ଯୋଗୁଁ ଋଷ ଉପରେ ପ୍ରତିବନ୍ଧକ ଲଗାଇଥିବା ଦେଶଗୁଡିକୁ ମୁଖ୍ୟତଃ ଟାର୍ଗେଟ କରିଛନ୍ତି ପୁତିନ । ତେବେ ଏହି ଘଟଣା ସମ୍ପର୍କରେ ପ୍ରକୃତ ସତ୍ୟାସତ୍ୟ ଜଣା ପଡି ନଥିଲେ ବି ଚୀନର ଏମିତି ମନ୍ତବ୍ୟ ସାରା ବିଶ୍ୱକୁ ଚମକାଇ ଦେଇଛି ।

Get real time updates directly on you device, subscribe now.