fbpx

ସେବା ବାହାନାରେ ଜିତିଲା ମାଲିକଙ୍କ ବିଶ୍ୱାସ: ଲୁଟିନେଲା ୧୦ ଲକ୍ଷ (Video)

ବିଶ୍ୱାସରେ ବିଷ ଦେଲା ଡ୍ରାଇଭର । ପ୍ରଥମେ ମନରେ ଜନ୍ମେଇଲା ବିଶ୍ୱାସ ଆଉ ସେହି ବିଶ୍ୱାସରେ ଦେଲା ବିଷ । ତାହା ପୁଣି ଜଣେ ଅସୁସ୍ଥ ମହିଳାଙ୍କଠାରୁ । ମାଲିକଙ୍କ ଟଙ୍କା ଉପରେ ରଖିଥିଲା ନଜର । ଆଉ ଚଞ୍ଚକତା କରି ଲୁଟି ନେଇଥିଲା ପ୍ରାୟ ୧୦ ଲକ୍ଷ ଟଙ୍କା । ମାଲିକଙ୍କଠାରୁ ମୋବାଇଲ ନେଇ ଚଞ୍ଚକତା କରି ସେଥିରୁ ନେଇଯାଇଥିଲେ ଏହି ଟଙ୍କା ।

ସୂଚନା ଅନୁଯାୟୀ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଗୌରୀ ଦାସ ନାମକ ଜଣେ ଡାକ୍ତର ମହିଳାଙ୍କ ଡ୍ରାଇଭର ଭାବରେ କାମ କରୁଥିଲେ । ମହିଳା ଜଣକ ଅସୁସ୍ଥ ଥିଲେ ତାଙ୍କର ସେବା ଶୁଶୁଷ୍ରା କରି ବିଶ୍ୱାସ ଭାଜନ କରିଥିଲେ । ଆଉ ଏହା ପରେ ଦେଇଥିଲେ ବିଶ୍ୱାସ ବିଷ ଦେଖାଇଥିଲା ଅସଲି ରୂପ ଆଉ ତିନି ମାସ ମଧ୍ୟରେ ମହିଳାଙ୍କ ଆକାଉଣ୍ଟରୁ ଲୁଟିଥିଲା ୯.୯୫ ଲକ୍ଷ ଟଙ୍କା । ଆଉ ଯେତେବେଳେ ମହିଳା ଜଣକ ସବୁ କଥା ଜାଣିଥିଲେ ମୁଣ୍ଡ ଗୋଲ୍ ହୋଇଯାଇଥିଲା ଡାକ୍ତରଙ୍କର ।

ଡମାଣା ଅଞ୍ଚଳରେ ରହୁଥିବା ଏହି ଠକ ଡ୍ରାଇଭର ମନୋଜ ମାହାନାକୁ ଗିରଫ କରିଛି ସାଇବର ଥାନା ପୋଲିସ୍ । ମନୋଜ ଲୁଟିଥିବା ୧୦ ଲକ୍ଷ ଟଙ୍କା ନିଜର ଏବଂ ନିଜ ମା’ଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲା ଏବଂ ଏଥିରେ ପ୍ରାୟ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଇଥିବା ମଧ୍ୟ ସୂଚନା ରହିଛି । ସେପଟେ ତା’ର ଆକାଉଣ୍ଟକୁ ଫ୍ରିଜ କରିଛି ସାଇବର ଥାନା ପୋଲିସ୍ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.