fbpx

କନ୍ଧମାଳ ପୌର ନିର୍ବାଚନ: ଅନ୍ତିମ ଦିନରେ ପ୍ରାର୍ଥୀପତ୍ର ଦାଖଲ କଲେ ୩ ଦଳର ପ୍ରାର୍ଥୀ

କନ୍ଧମାଳ, ଭୁବନେଶ୍ୱର (ଓଡ଼ିଶା ଭାସ୍କର):ସୋମବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ବିଜେଡି, ବିଜେପି ଓ କଂଗ୍ରେସ ଦଳର ଅଧ୍ୟକ୍ଷ ସମେତ ସମସ୍ତ କାଉନସିଲର ପାର୍ଥୀ ମାନେ ନିର୍ବାଚନ ଅଧିକାରୀ ତଥାଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଜେଡି ଯଦିଓ ଶନିବାରଠାରୁ ଦଳୀୟପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିଲା ହେଲେ କଂଗେସ ରବିବାର ସଂଧ୍ୟାରେ ଓ ବିଜେପି ବହୁ ଆଲୋଚନା ପରେ ବିଳମ୍ବିତ ରାତିରେ ଟିକେଟ ଫାଇନାଲ କରିଥିଲା । ଫଳରେ ଶେଷ ଦିନରେ ଶେଷ ମୁହୁର୍ତ୍ତରେ ୯ ଟି ଚେୟାରମେନ ଓ ୪୮ଟି କାଉନସିଲର ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ବିଜେଡିର ପୁନମ କହଁର ଦଳୀୟ କର୍ମୀ ଓ ୧୩ ଗୋଟି କାଉନସିଲର ପ୍ରାର୍ଥୀମାନଙ୍କ ସହ ବିଶାଳ ପଟୁଆରରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ବିଧାୟକ ଅଙ୍ଗଦ କହର,ଡ.ଇଶ୍ଵର ନାଏକ, ଦେବେନ୍ଦ୍ର ସାମଲ, ଉପସ୍ଥିତ ଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀନି ସବିତା ମହାନ୍ତି ମଧ୍ୟ ଦଳୀୟ ୧୩ଟି ୱାର୍ଡର କାଉନସିଲର ସମେତ କର୍ମୀ ଓ ନେତାଙ୍କ ସହ ବଡ ପଟୁଆରରେ ଆସି ପାର୍ଥୀ ପତ୍ର ଦାଖଲ କରିଥିଲୋ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଅନାମ ନାଏକ ପିସିସି ସଂପାଦକ ଚନ୍ଦ୍ର ଶେଖର ପରୀଡା, କଂଗ୍ରେସ ନେତା ରଜତ ମହାନ୍ତି, ସରୋଜ ପ୍ରଧାନ,ଯୁବ କଂଗ୍ରେସ ସଭାପତି ବସନ୍ତ ପାଢୀ, ଛାତ୍ର କଂଗ୍ରେସ ସଭାପତି ଅନୁପମ କହଁର ପ୍ରମୁଖ ନେତା ଉପସ୍ଥିତ ଥିଲେ । ସେହିପରି ବିଜେପି ପ୍ରାର୍ଥୀନି ଚୟରମେନ ଅସ୍ମିତା ମହାନ୍ତି ମଧ୍ୟ ଦଳୀୟ ନେତା ଭଗବାନ ମହାନ୍ତି. ରମେଶ ମହାନ୍ତି, ଙ୍କ ସହ ବହୁ ସମର୍ଥକଙ୍କ ସହ ଆସି ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

Get real time updates directly on you device, subscribe now.