fbpx

ଜାଗୁଆର କୁମାରଙ୍କ ଅଜବ ଜିଦ୍ଦି: ବାଘକୁ ନନେଲେ ଭାରତ ଫେରିବିନି (Video)

ଋଷ ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଫସିରହିଛନ୍ତି ଅନେକ ଭାରତୀୟ । ସମସ୍ତେ ସେଠୁ ସୁରକ୍ଷିତ ଭାବରେ ଫେରିବା ପାଇଁ ଚାହୁଁଛନ୍ତି । ହେଲେ ଜଣେ ଭାରତୀୟ ଡାକ୍ତର ସେଠାରେ ଟିକିଏ ଅଜବ ପରିସ୍ଥିତିର ସାମ୍ନା କରୁଛନ୍ତି । କହୁଛନ୍ତି ଜାଗୁଆର, ପାନ୍ଥର ବିନା ଯିବିନି । ଶୁଣିବା ପରେ ଆପଣ ନିହାତି ଭାବରେ ଟିକିଏ ଦ୍ୱନ୍ଦରେ ପଡୁଥିବେ । ଆମେ କହୁଛୁ ୟୁୁକ୍ରେନରେ ଅର୍ଥୋପେଡିକ ଡାକ୍ତର ଥିବା ଗିରି କୁମାର ପାଟିଲଙ୍କ କଥା । ସେ ଏବେ ଏମିତି ଜିଦିରେ ଅଡି ବସିଛନ୍ତି, ଯାହାକୁ ନେଇ କଣ କରାଯାଇପାରିବ କିଛି ଭାବି ହେଉନି ।

ସୋସିଆଲ ମିଡିଆରେ ଜାଗୁଆର କୁମାର ନାମରେ ପରିଚିତ ଥିବା ଗିରି ପାଟିଲ ସାଉଥ ଇଷ୍ଟର୍ଣ୍ଣ ୟୁକ୍ରେନର ଡୋନବାସରେ ରୁହନ୍ତି । ହେଲେ ଏବେ ଘରେ ପାଳିଥିବା ପଶୁ ୟାଗୱାର ନାମକ ଜାଗୁଆର ଏବଂ ସବ୍ରିନା ନାମକ ବ୍ଲାକ ପାନ୍ଥର ସହ ଫସିରହିଛନ୍ତି । ଏମବିବିଏସ ଡିଗ୍ରୀ ସାରିବା ପରେ କୁମାର ୟୁକ୍ରେନରେ ସେଟଲ ହୋଇଥିଲେ । ମାତ୍ର ୟୁଦ୍ଧ ବିଭୀଷିକା ଭିତରେ ଦୁଇ ପ୍ରାଣୀଙ୍କ ପାଇଁ ଏବେ ସେ ଚିନ୍ତିତ ହୋଇପଡିଛନ୍ତି । ତାଙ୍କ ବିନା ସେ ୟୁକ୍ରେନ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି । ଏ ସମ୍ବନ୍ଧରେ ସେ ଭାରତୀୟ ଦୂତାବାସଙ୍କ ସହ ସଂପର୍କ କରିଥିଲେ । ହେଲେ କେହି ବି ତାଙ୍କୁ ସନ୍ତୋଷଜନକ ଉତ୍ତର ଦେଇନଥିଲେ । ସେ ରହୁଥିବା ସ୍ଥାନଟି ସଂପୂର୍ଣ୍ଣ ଭାବେ ଋଷ ସୈନିକଙ୍କ ଦ୍ୱାରା ଘେରି ହୋଇ ରହିଛି । ସେ ତାଙ୍କୁ ବହୁତ ସ୍ନେହ କରନ୍ତି ବୋଲି କହିଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.