fbpx
BSKY SKY
BSKY SKY

ୟୁକ୍ରେନ-ରୁଷିଆ ଯୁଦ୍ଧ: ଝିଅକୁ ଛାତିରେ ଲଗାଇ କାନ୍ଦୁଛି ବାପା, ଭିଡିଓ ଦେଖିଲେ ଆଖିରେ ଆସିଯିବ ଲୁହ

BSKY

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିବା ପରେ ଦେଶର ଚିତ୍ର ସମ୍ପୂର୍ଣ୍ଣ ଭାବରେ ବଦଳିଯାଇଛି । ସବୁଠାରେ ବର୍ତ୍ତମାନ ଭୟାନକ ପରିସ୍ଥିତି । କାହା ଉପରେ କେତେ ବେଳେ ଗୁଳି ଓ ମିସାଇଲ୍ ବର୍ଷା ହୋଇଯିବ ତାହା କୁହାଯାଇପାରିବ ନାହିଁ । ଆଉ ଏବେ ରୁଷିଆର ଟାର୍ଗେଟରେ ରାଜଧାନୀ କିଭ୍ ରହିଛି । ଏଠାରୁ ବର୍ତ୍ତମାନ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନ ତଥା ଅନ୍ୟ ସହରକୁ ସ୍ଥାନାନ୍ତର କରାଯାଉଛି । ଏହା ମଧ୍ୟରେ ଏକ ଭିଡିଓ ସାମନାକୁ ଆସିଛି । ଯାହା ଆପଣଙ୍କ ହୃଦୟକୁ ଥରାଇଦେବ ।

ଭିଡିଓରେ ଗୋଟିଏ ବାପା ନିଜ ଝିଅକୁ ଆଲିଙ୍ଗନ କରି ଖୁବ୍ ଜୋରରେ କାନ୍ଦୁଥିବା ଦେଖିବାକୁ ମିଳିଛି । ନିଜର ପରିବାରକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସମୟର ଏହି ଭିଡିଓ ଏବେ ୟୁଜର୍ସଙ୍କୁ ଭାବବିହ୍ୱଳ କରିଦେଇଛି । ଭିଡିଓରୁ ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ, ଦେଶର ପରିସ୍ଥିତି କେଉଁ ଭଳି ରହିଛି । ଶୁକ୍ରବାର ଦିନ ରୁଷ ସେନା ୟୁକ୍ରେନର ଏକାଧିକ ଅଞ୍ଚଳକୁ କବଜା କରିବା ପାଇଁ ଆଗକୁ ବଢ଼ିଚାଲିଛନ୍ତି ।

 

View this post on Instagram

 

A post shared by memes | comedy (@ghantaa)

ଆଉ ମାତ୍ର କିଛି ଘଣ୍ଟା ପରେ କିଭ୍ ଅକ୍ତିଆର କରିବେ ରୁଷ ସେନା । ତେଣୁ ସମ୍ପୂର୍ଣ୍ଣ ଭାବରେ ଅକ୍ତିଆର କରିବା ପୂର୍ବରୁ ସେଠାରୁ ସାଧାରଣ ନାଗରିକଙ୍କୁ ଅନ୍ୟତ୍ର ନେବାକୁ ପ୍ରୟାସ କରାଯାଉଛି । ଏହି କ୍ରମରେ ୟୁକ୍ରେନ ନିଜର ନାଗରିକ ମାନଙ୍କୁ ଖାସ୍ କରି ପୁରୁଷ ମାନଙ୍କୁ ଫ୍ରଣ୍ଟଲାଇନ୍ ୱର୍କର୍ ବା ରିଜର୍ଭ ସେନା ରୂପରେ ନେବାକୁ ସ୍ଥିର କରିଛି । ତେବେ ଭାଇରାଲ୍ ହେଉଥିବା ଏହି ଭିଡିଓଟି କେଉଁ ସ୍ଥାନର ତାହା କୁହାଯାଇନାହିଁ । କିନ୍ତୁ ଭିଡିଓରେ ନଜର ଆସିଥିବା ବ୍ୟକ୍ତି ଜଣକ ନିଜ ପରିବାରକୁ ସୁରକ୍ଷିତ ଠିକଣାକୁ ପଠାଇ ଭାବୁକ ହୋଇପଡ଼ିଛି ।

Get real time updates directly on you device, subscribe now.