fbpx

ୟୁକ୍ରେନରୁ ଫେରିବେ ଓଡ଼ିଆ, ସମସ୍ତ ଖର୍ଚ୍ଚ ଭରିବେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଧିରେ ଧିରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ୟୁକ୍ରେନରେ ଫସିଥିବା ଭାରତୀୟମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏବେ ମିଳିଥିବା ତାହା ଅପଡେଟ ହିସାବରେ, ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନିଆଯାଇଛି । ନିଜ ଖର୍ଚ୍ଚରେ ଫେରାଇ ଆଣିବାକୁ କେନ୍ଦ୍ର ପ୍ରସ୍ତାବ ଦେଇଛି । କେନ୍ଦ୍ର ସହ ସମନ୍ୱୟ ରଖିବା ପାଇଁ ଏସଆରସିଙ୍କୁ ଦାୟିତ୍ୱ ଦିଆଯାଇଛି । କେନ୍ଦ୍ର ସହ ସମନ୍ୱୟ ରଖିବେ ଏସଆରସି ପ୍ରଦୀପ ଜେନା । ଛାତ୍ରଛାତ୍ରୀ ଓ ଶ୍ରମିକଙ୍କ ତଥ୍ୟ ସଂଗ୍ରହ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.