fbpx
BSKY SKY
BSKY SKY

ପୌର ନିର୍ବାଚନ: ପ୍ରାର୍ଥୀଙ୍କ ପାଇଁ ସତ୍ୟପାଠ ବାଧ୍ୟତାମୂଳକ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ପାଇଁ ବିଜିଛି ବିଗୁଲ । ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ ଭୋଟ ଗ୍ରହଣ । ଏନେଇ ଆୟୋଜିତ ପ୍ରେସମିଟରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାନ ପାଢ଼ୀ ଘୋଷଣା କରିଛନ୍ତି । ଏଥର ନାମାଙ୍କନ ସହ ପ୍ରାର୍ଥୀଙ୍କ ୨ଟି ସତ୍ୟପାଠ ବାଧ୍ୟତାମୂଳକ । ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ମାମଲା ଓ ସମ୍ପତ୍ତି ତାଲିକା ରହିବା ଆବଶ୍ୟକ । ଏହା ସହ ଗୋଟିଏ ସ୍ତ୍ରୀ ଜୀବିତ ଏବଂ ୨ରୁ ଅଧିକ ପିଲା ନଥିବା କୁହାଯାଇଛି ।

ତେବେ ପୌର ନିର୍ବାଚନ ପାଇଁ ମାର୍ଚ୍ଚ ୨୪ରେ ଭୋଟ ଗ୍ରହଣ ସହ ମାର୍ଚ୍ଚ ୨୬ରେ ଭୋଟ ଗଣତି ହେବ । ଫେବ୍ରୁଆରୀ ୨୮ରେ ବିଜ୍ଞପ୍ତି ପ୍ରକାଶ ପାଇବ । ମାର୍ଚ୍ଚ ୨ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ମନୋନୟକ ପତ୍ର ଦାଖଲ, ମାର୍ଚ୍ଚ ୯ରେ ନାମାଙ୍କନପତ୍ର ଯାଞ୍ଚ ଓ ୧୪ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ତାରିଖ ରହିଛି । ଏପ୍ରିଲ ୭ରେ ପୌର ଉପାଧ୍ୟକ୍ଷ ଓ ୮ରେ ଡେପୁଟୀ ମେୟର ପାଇଁ ନିର୍ବାଚନ ହେବ । ୧୦୬ ଏନଏସି/ମ୍ୟୁନିସିପାଲଟି, ୩ଟି ମହାନଗରରେ ନିର୍ବାଚନ ହେବ । ଅଦାଲତି ମାମଲା ପାଇଁ ପୁରୀ ମ୍ୟୁନିସିପାଲିଟିରେ ନିର୍ବାଚନ ହେବନି । ଥମ ଥର ପାଇଁ ପୌର ନିର୍ବାଚନରେ ନୋଟା ବିକଳ୍ପ ରହିବ । ମେୟର/ପୌରାଧ୍ୟକ୍ଷ ନିର୍ବାଚନ ଏଥର ସିଧାସଳଖ ହେବ । ଇଭିଏମରେ ହେବ ଭୋଟ ଗଣତି । ପୌର ନିର୍ବାଚନରେ ପ୍ରତି ବୁଥରେ ୨ଟି ଇଭିଏମ ରଖାଯିବ । ଗୋଟିଏ ଇଭିଏମରେ ମେୟର/ପୌରାଧ୍ୟକ୍ଷଙ୍କୁ ଭୋଟ ଦେଇହେବ । ୨ୟ ଇଭିଏମରେ କାଉନସିଲର/କର୍ପୋରେଟରଙ୍କୁ ଭୋଟ ଦେଇହେବ ।

Get real time updates directly on you device, subscribe now.