fbpx
BSKY
BJD MC SKY
BJD YOUTH SKY

ଆମେରିକାର ଜଣେ ପୂର୍ବତନ ସେନା ଅଧିକାରୀଙ୍କ ଦାବୀ, ପୁଟିନଙ୍କ ବିରୋଧରେ ବିଶ୍ୱାସଘାତକତା କରିଥିବା ୱାଗନର ଗ୍ରୁପ୍ ମୁଖ୍ୟ ପ୍ରିଗୋଝିନଙ୍କୁ ହତ୍ୟା କରାଯାଇଛି

ମସ୍କୋ: ଗତ ମାସରେ ଋଷ ବିରୋଧରେ ବିଦ୍ରୋହ କରିଥିବା ୱାଗନର ଗ୍ରୁପ୍ ମୁଖ୍ୟ ୟେବଗେନୀ ପ୍ରିଗୋଝିନଙ୍କ ମୃତ୍ୟୁ ହୋଇସାରିଛି । ଆମେରିକାର ଜଣେ ପୂର୍ବତନ ସେନା ଅଧିକାରୀ ଏପରି ଦାବୀ କରିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ପୁଟିନଙ୍କ ବିରୋଧରେ ବିଦ୍ରୋହ ପରେ ପ୍ରିଗୋଝିନ କେଉଁଠାରେ ଅଛନ୍ତି ତାହାକୁ ନେଇ ବିଭିନ୍ନ ଅନୁମାନ ଲଗାଯାଇ ଆସୁଥିଲା । ଏପରି ସ୍ଥିତିରେ ଆମେରିକାର ଜଣେ ଅଧିକାରୀ ଦାବୀ କରିଛନ୍ତି ପ୍ରିଗୋଝିନ୍ ଜେଲ୍ରେ ବନ୍ଦ ଅଛନ୍ତି କିମ୍ବା ତାଙ୍କୁ ହତ୍ୟା କରାଯାଇଛି ।

ଆମେରିକାର ଅବସରପ୍ରାପ୍ତ ସେନାଧ୍ୟକ୍ଷ ରୋବର୍ଟ ଆବ୍ରାମ୍ସ କହିଛନ୍ତି ୨୯ ଜୁନ୍ରେ ଋଷ ରାଷ୍ଟ୍ରପତି କାର୍ଯ୍ୟାଳୟ କ୍ରେମଲିନ୍ ପକ୍ଷରୁ ପୁଟିନ ଓ ପ୍ରିଗୋଝିନଙ୍କ ମଧ୍ୟରେ ବୈଠକ ହୋଇଥିଲା ବୋଲି କୁହାଯାଇଥଇଲା ଯାହା ସଂପୂର୍ଣ୍ଣ ମିଥ୍ୟା ଖବର ଥିଲା । ଉଭୟଙ୍କ ମଧ୍ୟରେ ଏପରି କୌଣସି ବୈଠକ ଆୟୋଜିତ ହୋଇ ନ ଥିଲା । ସେ କହିଛନ୍ତି ଆମେ ଆଉ କେବେ ପ୍ରିଗୋଝିନଙ୍କୁ ସାର୍ବଜନିକ ରୂପରେ ଦେଖିପାରିବୁ ନାହିଁ । ତାଙ୍କୁ ଜୀବନରୁ ମାରି ଦିଆଯାଇଛି କିମ୍ବା କାଳ କୋଠରୀରେ ବନ୍ଦ କରି ରଖାଯାଇଛି ।

କ୍ରେମଲିନ୍ ପ୍ରବକ୍ତା ଦିମିତ୍ରୀ ପେସକୋଭ କହିଥିଲେ ୨୪ ଜୁନ୍ ବିଦ୍ରୋହ ପରେ ୨୯ ଜୁନ୍ ରେ ଦୀର୍ଘ ୩ ଘଣ୍ଟାର ବୈଠକରେ ପ୍ରିଗୋଝିନ ସାମିଲ ହୋଇଥିଲେ । ଏଥିରେ ପୁଟିନ ୟୁକ୍ରେନରେ ଯୁଦ୍ଧ ମଇଦାନରେ ପ୍ରିଗୋଝିନଙ୍କ କାର୍ଯ୍ୟାନୁଷ୍ଠାନ ଓ ୨୪ ଜୁନ୍ ର ଘଟଣାର ଏକ ମୂଲ୍ୟାଙ୍କନ ଉପସ୍ଥାପନ କରିଥିଲେ । କିନ୍ତୁ ଏହି ବୈଠକକୁ ନେଇ ଆମେରିକୀୟ ଅଧିକାରୀ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଏପରି କୌଣସି ବୈଠକ ଆୟୋଜିତ ହୋଇ ନ ଥିଲା । ଯଦି ଏପରି ବୈଠକ ଆୟୋଜିତ ହୋଇ ଥାନ୍ତା ତେବେ ଏହାର ପ୍ରମାଣ ନିଶ୍ଚୟ ଦେଖିବାକୁ ମିଳିଥାନ୍ତା । ଏଠାରେ ସୂଚାଇ ଦିଆଯାଇପାରେ ଯେ, ୬ୁଷ ବିରୋଧରେ ବିଦ୍ରୋହ ସମୟରେ ବେଲାରୁଷ ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାଶେଙ୍କୋ ବଡ ଭୂମିକା ନିଭାଇଥିଲେ । ସେ ପୁଟିନ ଓ ପ୍ରିଗୋଝିନଙ୍କ ମଧ୍ୟରେ ବୁଝାମଣା କରାଇଥିଲେ ।

Get real time updates directly on you device, subscribe now.