fbpx

ମହାକାଶରେ ଫୁଟିଲା ‘Zinnia’ ଫୁଲ: NASAର ସଫଳତାରେ ସାରା ଦୁନିଆର ବୈଜ୍ଞାନିକ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ: ମହାକାଶରେ ମଣିଷ ସର୍ବଦା ନିଜର ଭବିଷ୍ୟତର ସମ୍ଭାବନାକୁ ସନ୍ଧାନ କରିଆସିଛି । ଏଥିସହିତ ମଣିଷର ଅସ୍ତିତ୍ୱର କାହାଣୀ ବିଷୟରେ ଜାଣିବା ପାଇଁ ବୈଜ୍ଞାନିକମାନେ ନିରନ୍ତର ଭାବେ ପ୍ରୟାସ କରିଆସୁଛନ୍ତି । ତେବେ ଏପରି ସ୍ଥିତିରେ ନାସା ମହାକାଶରେ ଏକ ଫୁଲ ଗଛକୁ ବଢ଼ାଇବାରେ ସକ୍ଷମ ହୋଇପାରିଛି । ମହାକାଶରେ ଫୁଲ ଫୁଟିବା କିପରି ସମ୍ଭବ ହୋଇ ପାରିଲା ସେନେଇ ସାରା ବିଶ୍ୱର ବୈଜ୍ଞାନିକମାନେ ଏବେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ତେବେ ମହାକାଶରେ ଫୁଟିଥିବା ଏହି ଫୁଲ ଏକ ସାଧାରର ଫୁଲ ନୁହେଁ । ଗତ ୨୦୧୫ ମସିହା ପରଠାରୁ ଚାଲିଥିବା ଗବେଷଣାର ଏହା ଏକ ଅଂଶବିଶେଷ ଅଟେ । ଏହି ବୃକ୍ଷକୁ ମହାକାଶରେ ବଢ଼ାଇବା ପାଇଁ ମହାକାଶ ଯାତ୍ରୀ କେଜେଲ ଲିଣ୍ଡଗ୍ରେନ ୨୦୧୫ରେ ଏହାକୁ ପ୍ରୟୋଗ କରିଥିଲେ । ଯେଉଁ ଫୁଲର ଫଟୋକୁ ନାସା ପକ୍ଷରୁ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର କରାଯାଇଛି ତା’ର ନାମ ହେଉଛି ‘ଜିନିୟା’ ଫୁଲ । ଜୁଲାଇ ୧୨ ତାରିଖ ରାତିରେ ନାସା ଏହାର ଫଟୋ ଶେୟାର କରିଥିଲା ।

ଏହି ଅବସରରେ ନାସା ପକ୍ଷରୁ ଲେଖାଯାଇଛି, ନାସାର ମହାକାଶ ଅନୁସନ୍ଧାନ କାର୍ଯ୍ୟକ୍ରମ ଜରିଆରେ ଏହାକୁ ପୃଥିବୀର ବାହାର ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେସନରେ ବଢ଼ାଯାଇଛି । ଏହା ଏକ ସାଧାରଣ ଫୁଲ ନୁହେଁ । ଗତ ୨୦୧୫ ମସିହା ଠାରୁ ଏହାକୁ ନେଇ ରିସର୍ଚ୍ଚ ଜାରି ରହିଥିଲା । ଏହି ଫୁଲକୁ ବଢ଼ାଇବା ଏକ ପ୍ରଥମ ପଦକ୍ଷେପ ହୋଇଥିବା ବେଳେ ନାସା ଆଗକୁ ଫସଲ ସୃଷ୍ଟି କରିବା ପାଇଁ ଯୋଜନା କରୁଛି । ଏଥିସହିତ ମଣିଷର ଖାଦ୍ୟ ଯୋଗ୍ୟ ଭୋଜନ ମଧ୍ୟ ସୃଷ୍ଟି କରାଯିବ । ଯଦି ଏହି ପ୍ରୟାସ ସଫଳ ହୁଏ ତେବେ ମଣିଷ କୌଣସି ଅନ୍ୟ ଗ୍ରହରେ କ୍ଷେତ କରିପାରିବ । ଏହି ଫୁଲ ଏବେ ଇଣ୍ଟରନେଟରେ ଭାଇରାଲ ହେବା ସହ ଏହାକୁ ୯ ଲକ୍ଷରୁ ଅଧିକ ଲାଇକସ ଓ ହଜାର ହଜାର କମେଣ୍ଟସ ମିଳିଛି । ସାରା ଦୁନିଆ ଏହି ଫୁଲକୁ ବେଶ ପସନ୍ଦ କରୁଥିବା ଦେଖାଯାଇଛି ।

Get real time updates directly on you device, subscribe now.