fbpx
BSKY
BJD MC SKY
BJD YOUTH SKY

୩୫% ପ୍ରୀମିୟମରେ ଷ୍ଟକ୍ ବଜାରରେ ଲିଷ୍ଟିଂ ହେଲା ସେନକୋ ଗୋଲ୍ଡ ଆଇପିଓ, ପ୍ରଥମ ଦିନରେ ଜବରଦସ୍ତ ଲାଭ

ନୂଆଦିଲ୍ଲୀ: ଜୁଏଲାରୀ କମ୍ପାନୀ ସେନକୋ ଗୋଲ୍ଡ ଶୁକ୍ରବାର ସେୟାର ମାର୍କେଟ୍‌ରେ ତାଲିକାଭୁକ୍ତ ହୋଇଛି । ଯାହା ଆଶା କରାଯାଉଥିଲା ସେନକୋ ଗୋଲ୍ଡ ଆଇପିଓ ଏନ୍‌ଏସ୍‌ଇ ରେ ୩୫.୬% ପ୍ରୀମିୟମ ସହିତ ତାଲିକାଭୂକ୍ତ ହୋଇଥିଲା । ସେହିଭଳି ବିଏସ୍‌ଇରେ ଏହା ୪୩୧ ଟଙ୍କାରେ ଲିଷ୍ଟିଂ ହୋଇଥିଲା ।

ସେନକୋ ଗୋଲ୍ଡ ଏହାର ଆଇପିଓର ମୂଲ୍ୟ ୩୦୧-୩୧୭ ଟଙ୍କାରେ ଖୋଲିଥିଲା । ରିଟେଲ ନିବେଶକମାନେ ଏହି ଆଇପିଓକୁ ୧୬.୨୮ ଗୁଣା ଆବେଦନ କରିଥିଲେ । ସେହିଭଳି କ୍ୟୁଆଇବୀ ରେ ୧୯୦.୫୬ ଗୁଣା ସବ୍ସକ୍ରାଇବ୍ ହୋଇଥିଲା । ଏନ୍‌ଆଇଆଇରେ ୬୮.୪୪ ଗୁଣା ସବ୍ସକ୍ରାଇବ୍ ହୋଇଥିଲା । ସମ୍ପୁର୍ଣ୍ଣ ଆଇପିଓର କଥା କହିଲେ ୭୭.୨୫ ଗୁଣା ଅଧିକ ସବ୍ସକ୍ରଅଇବ୍ ହୋଇଥିଲା ।

ଆଇପିଓ ସବ୍ସକ୍ରିପସନ୍ ପୁର୍ବରୁ କମ୍ପାନୀ ୧୨୧.୫୦ କୋଟି ଟଙ୍କା ୨୧ ଆଙ୍କର ଇନଭେଷ୍ଟର୍ସମାନଙ୍କ ଠାରୁ ନେଇଥିଲା । ଏଥିରେ ନିପ୍ପୋନ ଏମ୍‌ଏଫ, ହ୍ୱାଇଟ୍‌, ସୁନ୍ଦରମ ଏମ୍‌ଏଫ୍‌, ଫ୍ରାଙ୍କଲିନ୍ ଏମ୍‌ଏଫ୍ ଭଳି ବଡ଼ ନାମ ସାମିଲ ଅଛି ।

ସେନକୋ ଗୋଲ୍ଡ ପୁର୍ବ ଭାରତରେ ଏକ ବଡ଼ ନାମୀଦାମୀ କମ୍ପାନୀ । ଦେଶର ବିଭିନ୍ନ ସ୍ଥାନରେ କମ୍ପାନୀର ୧୩୬ ଟି ଷ୍ଟୋର୍ ରହିଛି । ଏହି ଷ୍ଟୋର୍ ୧୩ ରାଜ୍ୟର ୯୬ ସହରରେ ରହିଛି । କମ୍ପାନୀ ପୁର୍ବରୁ ଫାଇନାନ୍ସ ମାମଲାରେ ଖୁବ୍ ସୁଦୃଢ଼ ରହିଛି । କମ୍ପାନୀର ସିଏଜିଆର ୨୪ ପ୍ରତିଶତ ରହିଛି । ଏବଂ ଟ୍ୟାକ୍ସ ଦେବା ପରେ କମ୍ପାନୀର ଲାଭ ୬୧% ରହିଛି ।

Get real time updates directly on you device, subscribe now.