fbpx

ଋଷ ୟୁନିଭର୍ସିଟିରେ ଗୁଳିମାଡ଼, ୮ ମୃତ; ଜୀବନ ବଞ୍ଚାଇବା ପାଇଁ ଉଚ୍ଚ ବିଲ୍ଡିଂରୁ ତଳକୁ ଡେଉଁଛନ୍ତି ଛାତ୍ରଛାତ୍ରୀ, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଋଷର ଏକ ବିଶ୍ୱବିଦ୍ୟାଳୟରୁ ଆଶ୍ଚର୍ଯ୍ୟ କରିବା ପରି ଘଟଣଶ ସାମନାକୁ ଆସିଛି । ଏଠାରେ ବିଶ୍ୱାବିଦ୍ୟାଳୟ କ୍ୟାମ୍ପସ୍ ଭିତରେ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି । ଆଉ ଏଥିରେ ୮ ଜଣ ମୃତ୍ୟୁବରଣ କରିଥିବା ଖବର ମିଳିଛି । ଗୁଳିମାଡ଼ ଆରମ୍ଭ ହେବା ପରଠାରୁ ପୂରା କ୍ୟାମ୍ପସ୍ ର ଚିତ୍ର ବଦଳି ଯାଇଛି । ଛାତ୍ରଛାତ୍ରୀ ମାନେ ଜୀବନ ବିଳକରେ କଲେଜ୍ ବିଲ୍ଡିଂରୁ ତଳକୁ ଡେଇଁ ଚାଲି ଯାଉଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି । ଏହାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ଜୋର୍ ଧରିଛି ।

ଋଷର ପର୍ମ ସହରରେ ଥିବା ଏକ ବିଶ୍ୱବିଦ୍ୟାଳୟରେ ସୋମବାର ଦିନ ସକାଳ ସମୟରେ ଗୁଳିମାଡ଼ରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ପର୍ମର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ୧୪ ଜଣ ଆହତ ହୋଇଛନ୍ତି । ତେବେ ଆହତଙ୍କ ସଂଖ୍ୟା କେତେ ତାହା ସ୍ପଷ୍ଟ ରୂପରେ ଜଣାପଡ଼ିନାହିଁ । ଯାହା ସୂଚନା ରହିଛି, କିଛି ଅଜ୍ଞାତ ଅପରାଧି ମାନେ ବନ୍ଧୁକ ଧରୀ କ୍ୟାମ୍ପସକୁ ପଶିଆସିଥିଲେ । ସେମାନେ ଏପରି କରିଛନ୍ତି ।

Get real time updates directly on you device, subscribe now.