fbpx

ମୋ ପୁଅକୁ ବିଦ୍ୟାଭାରତୀ ହିଁ ମାରିଛନ୍ତି, ଲାଏ ଡିଟେକ୍ସନ ପରେ ଏପରି ପ୍ରତିକ୍ରିୟା ରଖିଲେ ସୌମ୍ୟଙ୍କ ମାଆ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଆଜି ତାଙ୍କର ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ କରାଯାଇଥିଲା । ପ୍ରାୟ ୪ ଘଣ୍ଟା ଧରି ଭୁବନେଶ୍ୱର ସ୍ଥିତ ଫୋରେନସିକ ଲ୍ୟାବରେ ଏହି ଲାଏ ଡିଟେକ୍ସନ ଚାଲିଥିଲା । ଟେଷ୍ଟ ନିମନ୍ତେ ଭୁବନେଶ୍ୱରର ଏସଏଫଏସଏଲରେ ବିଦ୍ୟା ନିଜ ବାପାଙ୍କ ସହ ବିଦ୍ୟା ପହଞ୍ଚିଥିଲେ ।

ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ନେଇ ସୌମ୍ୟଙ୍କ ମାଆ ତୁଳସୀ ମହାପାତ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବିବାହ ସମୟରେ ଦେଇଥିବା ପ୍ରତିଶ୍ରୁତି ବିଦ୍ୟାଭାରତୀ ରକ୍ଷା କରିନାହାନ୍ତି । ସେ ହିଁ ତାଙ୍କ ପୁଅକୁ ହତ୍ୟା କରିଛନ୍ତି, ତେଣୁ ତାଙ୍କୁ ଗିରଫ କରିବା ଦରକାର । ପୋଲିସ ଓ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲେ ହେଁ କୌଣସି ସୁଫଳ ମିଳିପାରିନାହିଁ । ଏହି ଘଟଣାରେ ତହସିଲଦାର, ଓଆଇସି ମମତା ପଣ୍ଡା, ଡାକ୍ତରଙ୍କର ଲାଏ ଡିଟେକ୍ସନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.