fbpx
BSKY
BJD SHG SKY
BJD YOUTH SKY

ରୋଗୀ ହୋଇ ହସ୍ପିଟାଲରେ ପହଞ୍ଚିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମାଣ୍ଡଭିୟ, ବାଡ଼ିରେ ମାରିଥିଲା ଗାର୍ଡ; ନିଜେ କହିଲେ ପୂରା ଘଟଣା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ନିଜର ପୁରୁଣା ଦିନରେ ଘଟିଥିବା କିଛି ଅଭୁଲା ସ୍ମୁତିକୁ ମନେ ପକାଇଛନ୍ତି । ବିଗତ ଦିନରେ ତାଙ୍କ ସହିତ ବିତିଥିବା ଏକ ଘଟଣା ସମ୍ପର୍କରେ ଏବେ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ଥରେ ସେ ସଫଦରଜଙ୍ଗ ହସ୍ପିଟାଲକୁ ଯାଇଥିଲେ । ସେ ସେଠାରେ ଗୋଟିଏ ବେଞ୍ଚ ଉପରେ ବସିଥିବା ବେଳେ ଗାର୍ଡ ତାଙ୍କୁ ବାଡ଼ିରେ ମାଡ଼ ମାରିଥିଲେ । ତେବେ ଏହି ଘଟଣା ହେଉଛି ମାତ୍ର କେଇଟା ଦିନ ତଳର ଘଟଣା । କିଛିଦିନ ତଳେ ସେ ଏକ ସାଧାରଣ ନାଗରିକ ହୋଇ ସଫଦରଜଙ୍ଗ ହସ୍ପିଟାଲକୁ ନିରୀକ୍ଷଣ ପାଇଁ ପହଞ୍ଚିଥିଲେ ଓ ସେହି ସମୟରେ ଏହି ଘଟଣା ଘଟିଥିଲା ।

ମାଣ୍ଡଭିୟ, ସଫଦରଜଙ୍ଗ ହସ୍ପିଟାଲରେ ଚାରିଟି ସ୍ୱାସ୍ଥ୍ୟ ସମ୍ବନ୍ଧିୟ ସୁବିଧାକୁ ଉଦଘାଟନ ସମାରୋହରେ ଏହି କଥାକୁ ନେଇ ଖୁଲାସା କରିଥିଲେ । ଏହା ଶୁଣି ସମସ୍ତେ ତାଜୁବ୍ ହୋଇଯାଇଥିଲେ । ସଫଦରଜଙ୍ଗକୁ ସେ ନୂତନ ଅକ୍ସିଜେନ୍ ପ୍ଲାଣ୍ଟ୍, କରୋନା ରୋଗୀଙ୍କ ଚିକିତ୍ସା ପାଇଁ ତିଆରି ହୋଇଥିବା ଅସ୍ଥାୟୀ ହସ୍ପିଟାଲ ସହିତ ଅନ୍ୟ ସୁବିଧାର ଶୁଭାରମ୍ଭ ପାଇଁ ଯାଇଥିଲେ ।

ସେ କହିଛନ୍ତି ଯେ, ସାଧାରଣ ନାଗରିକ ଭାବରେ ଆସିଥିବା ବେଳେ ସେ ହସ୍ପିଟାଲର ଅବ୍ୟବସ୍ଥା ଦେଖିବାକୁ ପାଇଥିଲେ । ଏହି ସମୟରେ ଜଣେ ୭୫ ବୃଦ୍ଧା ତା ପୁଅ ପାଇଁ ଷ୍ଟ୍ରେଚର୍ ର ଆବଶ୍ୟକତା ଥିଲା । ହେଲେ ସେଠାରେ କେହି ବି ତାଙ୍କୁ ସାହାଯ୍ୟ କରିବା ପାଇଁ ଉପସ୍ଥିତ ନଥିଲେ । ତେଣୁ ମାଣ୍ଡଭିୟ ନିର୍ଦ୍ଦେଶ ଦେଇଥିଲେ ଯେ, କୌଣସି ରୋଗୀ ଯେପରି କିଛି ବି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତୁ । ଯଦି ହସ୍ପିଟାଲରେ ୧୫୦୦ ଗାର୍ଡ ରହିଛନ୍ତି ତେବେ ୁକ୍ତ ବୃଦ୍ଧାଙ୍କୁ ସହାୟତା ପାଇଁ କେହି ବି ଆସୁନଥିଲେ କାହିଁକି? ସବୁ ଏମର୍ଜେନ୍ସୀ ବ୍ଲକ୍ ରେ ପର୍ଯ୍ୟାପ୍ତ ଗାର୍ଡ ରହିବା ଦରକାର ।

 

Get real time updates directly on you device, subscribe now.