fbpx
BSKY
BJD MC SKY
BJD YOUTH SKY

ଆମେରିକାର ପ୍ରତିବନ୍ଧକ ଭୟ: ଟଙ୍କା ନେବାକୁ ମନାକଲା ଋଷିଆ, ଅଟକିଲା ଭାରତକୁ ଅସ୍ତ୍ରଶସ୍ତ୍ର ବିକ୍ରି

ନୂଆଦିଲ୍ଲୀ: ୟୁକ୍ରେନ୍ ଯୁଦ୍ଧ ପରେ ଆମେରିକା ନେତୃତ୍ୱରେ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଋଷ ଉପରେ କଡ଼ା ପ୍ରତିବନ୍ଧକ ଲଗାଇଥିଲେ । ବର୍ତ୍ତମାନ ଏହି ପ୍ରତିବନ୍ଧକର ପ୍ରଭାବ ଭାରତ ଏବଂ ଋଷ ମଧ୍ୟରେ ହେବାକୁ ଥିବା ବ୍ୟାପାର ଉପରେ ପଡ଼ିଛି । ଭାରତ ଦଶନ୍ଧି ଧରି ଋଷଠାରୁ ସୈନ୍ୟ ସରଞ୍ଜାମ କିଣୁଛି । କିନ୍ତୁ ପ୍ରତିବନ୍ଧକ କାରଣରୁ ଋଷଠାରୁ ଯୁଦ୍ଧାସ୍ତ୍ର ଆମଦାନୀ ସମ୍ପୁର୍ଣ୍ଣ ଠପ ହୋଇଯାଇଛି । ଏବେ ଋଷ ଭାରତକୁ ସୈନ୍ୟ ସରଞ୍ଜାମ ଯୋଗାଇ ପାରୁନାହିଁ, ଯାହାର ଏକ ବଡ଼ କାରଣ ହେଉଛି ପେମେଣ୍ଟ ସିଷ୍ଟମ୍ ।

ଏବେ ଦୁଇ ଦେଶ ଆମେରିକା ପ୍ରତିବନ୍ଧକ ଉଲଂଘନ ନକରି କିପରି କାରବାର କରିପାରିବେ ସେ ନେଇ ରାସ୍ତା ଖୋଜୁଛନ୍ତି । ଭାରତ ଗଲା ବର୍ଷ ଋଷଠାରୁ ୨ ବିଲିୟନ୍ ଡଲାର ମୂଲ୍ୟର ଯୁଦ୍ଧ ସରଞ୍ଜାମ କିଣିଥିଲା । କିନ୍ତୁ ଏହାର ପେମେଣ୍ଟ ପ୍ରାୟ ଏକ ବର୍ଷ ଧରି ଅଟକି ରହିଛି । ଏହି ବିଷୟରେ ଜଡ଼ିତ ଥିବା ଅଧିକାରୀମାନେ କହିଛନ୍ତି ଯେ ଋଷ ଏପର୍ଯ୍ୟନ୍ତ ପ୍ରାୟ ୧୦ ବିଲିୟନ ଡଲାର ମୂଲ୍ୟର ସ୍ପେୟାର୍ ପାର୍ଟସ୍ ତଥା ଦୁଇଟି ଏସ୍‌-୪୦୦ କ୍ଷେପଣାସ୍ତ୍ର-ପ୍ରତିରକ୍ଷା ସିଷ୍ଟମ ବ୍ୟାଟେରୀ ଡଲେିଭରୀ କରିପାରି ନାହିଁ କାରଣ ପେମେଣ୍ଟ ଅଟକି ରହିଛି ।

ଭାରତ ଏହାର ଅଧିକାଂଶ ସାମରିକ ଅସ୍ତ୍ରଶସ୍ତ୍ର ଏବଂ ହାର୍ଡୱେୟାର ଋଷରୁ କ୍ରୟ କରିଥାଏ । ଏହି ପ୍ରତିବନ୍ଧକ କାରଣରୁ ଗୁରୁତ୍ୱପୁର୍ଣ୍ଣ ସ୍ପେୟାର ପାର୍ଟସ୍ ଏବଂ ଯନ୍ତ୍ରପାତି ବିତରଣରେ ଅସୁବିଧା ସୃଷ୍ଟି କରୁଛି । ପାକିସ୍ତାନ ଏବଂ ଚୀନ୍‌କୁ ରୋକିବା ପାଇଁ ଋଷ ହେଉଛି ଭାରତର ବୃହତ୍ତମ ଅସ୍ତ୍ର ଯୋଗାଣକାରୀ ।

ପ୍ରତିବନ୍ଧକକୁ ନେଇ ଚିନ୍ତା ହେତୁ ଭାରତ ଆମେରିକୀୟ ଡଲାରରେ ପେମେଣ୍ଟ କରିବାରେ ଅସମର୍ଥ ଥିବାବେଳେ ବିନିମୟ ମୂଲ୍ୟରେ ପରିବର୍ତ୍ତନ ହେତୁ ଋଷ ଟଙ୍କା ଜରିଆରେ ପେମେଣ୍ଟ ଗ୍ରହଣ କରିବାକୁ ଅନିଚ୍ଛା ପ୍ରକାଶ କରିଛି । ପ୍ରସଙ୍ଗଟି ଉଭୟ ପାର୍ଶ୍ୱରେ ସମାନ । ଅନ୍ୟପକ୍ଷରେ, ରୁଷିଆ ରୁବଲରେ ଭାରତ ମଧ୍ୟ ଏହି ଚୁକ୍ତି ସଂପୂର୍ଣ୍ଣ କରିବାକୁ ଚାହୁଁନାହିଁ । ତେବେ ଭାରତ ସରକାର ଋଷକୁ ଏକ ପ୍ରସ୍ତାବ ଦେଇଥିଲେ । ଭାରତ ପୁଞ୍ଜି ବଜାରରେ ଅସ୍ତ୍ର ବିକ୍ରୟରୁ ପ୍ରାପ୍ତ ଟଙ୍କା ବିନିଯୋଗ କରିବାକୁ ଋଷକୁ କହିଥିଲେ । କିନ୍ତୁ ଭ୍ଲାଦିମିର ପୁଟିନଙ୍କ ସରକାର ଏହି ଅଫର ପସନ୍ଦ ଆସି ନଥିଲା ।
ତେବେ ଭାରତର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ୟୁରୋ ଏବଂ ଦିରହମ୍ ବ୍ୟବହାର କରିବା ଏକ ସମ୍ଭାବ୍ୟ ସମାଧାନ ହୋଇପାରେ । କାରଣ ଏହି ଦୁଇ ମୁଦ୍ରା ବ୍ୟବହାର କରି ଭାରତ ଋଷଠାରୁ ତେଲ କିଣୁଛି । ଅବଶ୍ୟ, ଏହି ମୁଦ୍ରାଗୁଡ଼ିକ ଅସ୍ତ୍ରଶସ୍ତ୍ର ଦେବା ପାଇଁ ବ୍ୟବହୃତ ହୋଇଥିଲା, ଯାହା ଆମେରିକା ଅନୁସନ୍ଧାନ କରିପାରେ ।

ଏହାରି ମଧ୍ୟରେ ଖବର ଆସିଛି ଯେ ଉଭୟ ଦେଶର ଅଧିକାରୀ ଭାରତ ଏବଂ ଋଷ ମଧ୍ୟରେ ପ୍ରତିରକ୍ଷା କାରବାରକୁ ଟଙ୍କା କିମ୍ବା ରୁବେଲରେ ଦିଆଯିବା ଉଚିତ କି ନାହିଁ ସେନେଇ ଚିନ୍ତା କରୁଛନ୍ତି । ଅର୍ଥାତ୍ ୠଷ ଏହି ଦିଗରେ ସମାଧାନ ଖୋଜିବା ଦିଗରେ କାର୍ଯ୍ୟ କରୁଛି । ଭାରତକୁ ଏହାର ଉତ୍ପାଦ ବିକ୍ରି କରି ରୁଷ ସର୍ବାଧିକ ରୋଜଗାର କରେ । ଏଭଳି ପରିସ୍ଥିତିରେ ଭାରତ ତାଙ୍କ ଆୟର ଏକ ପ୍ରମୁଖ ଉତ୍ସ ଅଟେ । ଏହା ବାଦ୍ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବହୁତ୍ ପୁରୁଣା ଏବଂ ଦୃଢ଼ ମଧ୍ୟ । ତେଣୁ ଏହି ପରିସ୍ଥିତିରୁ ବାହାରିବା ପାଇଁ ଦୁଇ ଦେଶ ଏବେ ସମାଧାନର ବାଟ ଖୋଜୁଛନ୍ତି ।

 

 

Get real time updates directly on you device, subscribe now.