fbpx

DEO-LDC ପଦ ଖାଲି: ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ ପକ୍ଷରୁ ବାହାରିଲା ନିଯୁକ୍ତି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ତରଫରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଡାଟା ଏଣ୍ଟ୍ରି ଅପରେଟର (ଡିଇଓ), କନିଷ୍ଠ ସହାୟକ କିରାଣି (ଏଲଡିସି), ଆସିଷ୍ଟାଣ୍ଟ, ଜୁନିୟର ହିନ୍ଦି ଅନୁବାଦକ, ଆକାଉଣ୍ଟାଣ୍ଟ ଆଦି ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଆକାଉଣ୍ଟାଣ୍ଟ ପଦ ପାଇଁ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ବାଣିଜ୍ୟରେ ସ୍ନାତକ ଡିଗ୍ରୀ ରହିଥିବା ଆବଶ୍ୟକ । ସେହିପରି ଜୁନିୟର ହିନ୍ଦି ଅନୁବାଦକ ପଦ ପାଇଁ ହିନ୍ଦି / ଇଂରାଜୀରେ ମାଷ୍ଟର ଡିଗ୍ରୀ, ଆସିଷ୍ଟାଷ୍ଟ ପଦ ପାଇଁ ଯେ କୌଣସି ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ, ଡାଟା ଏଣ୍ଟ୍ରି ଅପରେଟର ପଦ ପାଇଁ ଡିଗ୍ରୀ ସହିତ କମ୍ପ୍ୟୁଟର ଆପ୍ଲିକେସନ କୋର୍ସ ଡିଗ୍ରୀ / ସାର୍ଟିଫିକେଟ, ଏଲଡିସି ପଦ ପାଇଁ ଡିଗ୍ରୀ ସହିତ ଡିସିଏ ଓ ଟାଇପିଂ ଜାଣିଥିବା ଆବଶ୍ୟକ ।

ପ୍ରତ୍ୟେକ ପଦ ପାଇଁ ବୟସ ଯୋଗ୍ୟତା ଓ ଦରମା ହାର ଅଲଗା ଅଲଗା ରହିଛି । ବୟସ କୋହଳ ସରକାରୀ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ଏସସି / ଏସଟିଙ୍କ ପାଇଁ ୫ ବର୍ଷ, ଓବିସି ପାଇଁ ୩ ବର୍ଷ ବୟସ କୋହଳ କରାଯିବ । ଆସନ୍ତା ମାସ ୧୫ ତାରିଖ ଆବେଦନର ଅନ୍ତିମ ତାରିଖ ରହିଛି । ଏହି ନିଯୁକ୍ତି ପାଇଁ ସର୍ବଭାରତୀୟ ସ୍ତରରେ ୧୯ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବା ନେଇ ସ୍ଥିର ହୋଇଥିବା ବେଳେ ସେଥିମଧ୍ୟରେ ଭୁବନେଶ୍ୱର ସ୍ଥାନ ପାଇଛି ।

ଅନଲାଇନ୍ ଆବେଦନ ଲିଙ୍କ: https://recruitment.nta.nic.in/WebInfo/Page/Page?PageId=1&LangId=P

ନୋଟିଫିକେସନ ଲିଙ୍କ: https://recruitment.nta.nic.in/AICTERecruitment/File/ViewFile?FileId=1&LangId=P

Get real time updates directly on you device, subscribe now.