fbpx
BSKY
BJD MC SKY
BJD YOUTH SKY

ସୁଦାନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ଉଚ୍ଚସ୍ତରୀୟ ବୈଠକ: ସମସ୍ତ ଭାରତୀୟଙ୍କୁ ଉଦ୍ଧାର କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶ

ନୂଆଦିଲ୍ଲୀ: ସୁଦାନରେ ସେନା ଏବଂ ଅର୍ଦ୍ଧସାମରିକ ସୈନିକ ମଧ୍ୟରେ ଚାଲିଥିବା ଗୃହଯୁଦ୍ଧ କାରଣରୁ ସେଠାରେ ସ୍ଥିତି ବିଗିଡ଼ିବାରେ ଲାଗିଛି । ଏଭଳି ସମୟରେ ସେଠାରେ ଫସିଥିବା ଭାରତୀୟ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି ଏବଂ ଯେତେ ଶିଘ୍ର ସମ୍ଭବ ସେମାନଙ୍କୁ ସୁଦନାରୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଆଜି ପ୍ରଧାନମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ସୁଦାନନ ଘଟଣା ସମ୍ପର୍କରେ ସଜାଗ ରହିବାକୁ ଏବଂ ସେଠାକାର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ଏବଂ ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ମୂଲ୍ୟାଙ୍କନ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସୁଦାନରେ ଥିବା ଭାରତୀୟଙ୍କ ପାଇଁ ଜରୁରୀକାଳୀନ ସ୍ଥାନାନ୍ତର ଯୋଜନା ପ୍ରସ୍ତୁତ କରିବାକୁ ଏବଂ ସୁରକ୍ଷା ଏବଂ ବିକଳ୍ପଗୁଡ଼ିକର ସମ୍ଭାବ୍ୟତା ଦୃଷ୍ଟିରୁ ସେମାନଙ୍କ ନିକଟରେ ଶୀଘ୍ର ପରିବର୍ତ୍ତନ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବୈଠକରେ ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର, ବାୟୁସେନା ଏବଂ ନୌସେନା ମୁଖ୍ୟ, ବିଦେଶ ଏବଂ ରକ୍ଷା ମନ୍ତ୍ରଳାୟର ଶିର୍ଷ ସ୍ତରୀୟ ଅଧିକାରି ଉପସ୍ଥିତ ଥିଲେ । ଜୟଶଙ୍କର ବର୍ତ୍ତମାନ ଗୁୟାନା ଗସ୍ତରେ ଅଛନ୍ତି । ସୂଚନା ଅନୁସାରେ ବର୍ତ୍ତମାନ ସୁଦାନରେ ୩ ହଜାରୁ ଅଧିକ ଭାରତୀୟ ଅଛନ୍ତି । ତେବେ ସୁଦାନର ରାଜଦାନୀ ଖାର୍ତୁନ୍‌ରେ ସଂଘର୍ଷ କାରଣରୁ ଭାରତୀୟ ମାନଙ୍କ ଉଦ୍ଧାର କାର୍ଯ୍ୟ ହୋଇପାରୁ ନାହିଁ ।

Get real time updates directly on you device, subscribe now.