fbpx
BJD SKY
BJD SKY

ଦେଖନ୍ତୁ ଭୟଙ୍କର Video: ରୁଷର ଟ୍ୟାଙ୍କ ଏକ କାରକୁ ସମ୍ପୂର୍ଣ୍ଣ ଭାବେ ଚାପି ଦେଲା

BJD

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଥିବା ବେଳେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଭୟଙ୍କର ଭିଡିଓ । ରୁଷ ସେନା ୟୁକ୍ରେନର ଏକାଧିକ ଅଞ୍ଚଳ ଉପରେ ହମଲା କରିଥିବା ବେଳେ ଶହ ଶହ ସୈନିକଙ୍କୁ ନିପାତ କରିଛି । ସେହିପରି ରୁଷର ବହୁତ ସୈନ୍ୟଙ୍କୁ ମଧ୍ୟ ନିପାତ କରିଥିବା ନେଇ ୟୁକ୍ରେନ ପକ୍ଷରୁ ଦାବି କରାଯାଉଛି । ତେବେ ଏହି ଅବସରରେ ଛାତି ଥରାଇଦେବା ଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ରୁଷର ଏକ ଟ୍ୟାଙ୍କ ଏକ କାରକୁ ଚାପି ଦେଇଥିବା ଭିଡିଓରେ ଦେଖାଯାଉଛି ।

ଭିଡିଓରେ ଦେଖାଯାଉଛି ଯେ, ସଡ଼କରେ ଯାଉଥିବା ଏକ ଟ୍ୟାଙ୍କ ଅଚାନକ ନିଜର ରାସ୍ତା ପରିବର୍ତ୍ତନ କରୁଛି । ଠିକ୍ ଏହି ସମୟରେ ଏକ କାର ସାମ୍ନାକୁ ଆସିଯାଉଛି । ଏହାପରେ ଟ୍ୟାଙ୍କଟି କାରକୁ ସମ୍ପୂର୍ଣ୍ଣ ଭାବେ ଚାପି ଦେଉଛି । ତେବେ ଏହି ଟ୍ୟାଙ୍କଟି ରୁଷର ବୋଲି ଜଣାପଡ଼ିଥିଲେ ହେଁ କାର ବିଷୟରେ ସମ୍ପୂର୍ଣ୍ଣ ଖବର ହସ୍ତଗତ ହୋଇନାହିଁ । ତେବେ କାରରେ ବସିଥିବା ସମସ୍ତ ଲୋକଙ୍କର ମୃତ୍ୟୁ ଘଟିଥିବ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.