fbpx
BSKY
BJD SHG SKY
BJD YOUTH SKY

ରୁଷ ଉଡ଼ାଇଲା ପାଇପଲାଇନ୍, ବ୍ୟାପିଲାଣି ବିଷାକ୍ତ ଗ୍ୟାସ୍; ନାକରେ ଓଦା କପଡ଼ା ଓ ଝରକା-କବାଟ ବନ୍ଦ କରିବାକୁ ପରାମର୍ଶ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷ ଲଗାତର ଆକ୍ରମଣ କରି ଚାଲିଛି । ଆକାଶ ମାର୍ଗରୁ ରୁଷର ଲଗାତର ଆକ୍ରମଣ ଫଳରେ ୟୁକ୍ରେନ ଧ୍ୱସ୍ତବିଧ୍ୱସ୍ତ ହେବାରେ ଲାଗିଛି । ଏହା ଭିତରେ ୧୯୮ ଜଣ ପ୍ରାଣ ହରାଇସାରିଲେଣି । ଆଜି ଅର୍ଥାତ୍ ରବିବାର ହେଉଛି ଯୁଦ୍ଧର ଚତୁର୍ଥ ଦିନ । ଆଜି ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ଆଜି ରୁଷ ସେନା ମାନେ ଏକ ବଡ଼ ଧରଣର ଧମାକା କରିଛନ୍ତି । ଦ୍ୱିତୀୟ ସବୁଠୁ ବଡ଼ ସହର ଖାରକିଭ୍ ରେ ଥିବା ଗ୍ୟାସପାଇପ୍ ଲାଇନ୍ କୁ ଉଡାଇ ଦେଇଛନ୍ତି । ଯାହାର ପରିଣାମସ୍ୱରୂପ ଚାରିପଟେ ଧୂଆ ବ୍ୟାପିଯାଇଛି । ପରିବେଶ ସମ୍ପୂର୍ଣ୍ଣ ଭାବରେ ଦୂଷିତ ହୋଇଯାଇଛି । ଲୋକଙ୍କ ନିଶ୍ୱାସ ନେବାରେ ସମସ୍ୟା ଅନୂଭବ କରୁଛନ୍ତି । ବିଷାକ୍ତ ଧୂଆଁ ବ୍ୟାପିବା କାରଣରୁ ନାଗରିକ ମାନେ ଏବେ ଗଭୀର ସଙ୍କଟ ଦେଇ ଗତି କରୁଛନ୍ତି ।

ୟୁକ୍ରେନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ବୟାନ ଅନୁସାରେ, ରୁଷ ସେନା ଦେଶର ଦ୍ୱିତୀୟ ସବୁଠାରୁ ବଡ଼ ସହର ଖାରକିଭ୍ ର ଏକ ଗ୍ୟାସ ପାଇପଲାଇନ୍ କୁ ବ୍ଲାଷ୍ଟ୍ ରେ ଉଡାଇ ଦେଇଛନ୍ତି । ଏହି ବିସ୍ଫୋରଣ ଏତେ ବଡ଼ ଥିଲା ଯେ, ଫାଟିବା ସମୟରେ ଏକ ବିରାଟ ମଶରୁମ୍ କ୍ଲାଉଡ୍ ଦେଖିବାକୁ ମିଳିଥିଲା । ଏହା ଏବେ ୟୁକ୍ରେନ ନାଶର କାରଣ ପାଲଟିପାରେ ।

ଏହି କାରଣରୁ ଷ୍ଟେଟ୍ ସର୍ଭିସ୍ ଅଫ୍ ସ୍ପେଶାଲ୍ କମ୍ୟୁନିକେସନ୍ ଆଣ୍ଡ୍ ଇନଫର୍ମେସନ୍ ପ୍ରୋଟେକ୍ସନ୍ ପକ୍ଷରୁ ରୁଷ ଆକ୍ରମଣ ପରେ ଚେତାବନୀ ଦିଆଯାଇଛି ଯେ, ସ୍ଥାନୀୟ ଲୋକମାନେ ନିଜର ଘର କବାଟ, ଝରକା ଖୋଲନ୍ତୁ ନାହିଁ । ଏହା ସହିତ ନାକରେ ଓଦା କପଡ଼ା ବାନ୍ଧିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଯାହାଫଳରେ ନିଶ୍ୱାସପ୍ରଶ୍ୱାସ ନେବାରେ ଯେପରି କୌଣସି ସମସ୍ୟା ନହେବ । ପର୍ଯ୍ୟାପ୍ତତ ପାଣି ପିଇବାକୁ ବି କୁହାଯାଇଛି । ସୂଚନାଯୋଗ୍ୟ, ବିଭିନ୍ନ ସହରରେ ଲଗାତର ଗୁଳିମାଡ଼, ବିସ୍ଫୋରଣ, ବମ୍ ବ୍ଲାଷ୍ଟ ଜାରୀ ରହିଛି ।

Get real time updates directly on you device, subscribe now.