ନୂଆଦିଲ୍ଲୀ: ବାହାରିଲା କ୍ୟାନ୍ସର ଭ୍ୟାକସିନ୍। ସବୁଠାରୁ ବଡ଼ ରୋଗ ଏବଂ ମାରାତ୍ମକ ରୋଗ କୁହାଯାଉଥିବା କ୍ୟାନ୍ସର; ଯାହାର ଏବେଯାଏଁ କୌଣସି ଔଷଧ କିମ୍ୱା ଟୀକା ବାହାରି ନ ଥିବା ବେଳେ ରୁଷ କିନ୍ତୁ ଏବେ ଏକ ବଡ଼ ଦାବି କରିଛି।
କ୍ୟାନସର ଟୀକା ବାହାର କରିଥିବା ନେଇ ରୁଷିଆ ଦାବି କରିଛି। ରୁଷିଆର କର୍କଟ ଟୀକା ପ୍ରିକ୍ଲିନିକାଲ୍ ପରୀକ୍ଷଣରେ ଉତ୍ତୀର୍ଣ୍ଣ ହୋଇଥିବା ନେଇ ଦାବି କରିଛି।
ହେଲେ କେବଳ ଅନୁମୋଦନ ଅପେକ୍ଷାରେ ରହିଛି ରୁଷିଆର କ୍ୟାନ୍ସର ଟୀକା। ଟୀକା କୋଲୋରେକ୍ଟଲ୍, ଗ୍ଲିଓବ୍ଲାଷ୍ଟୋମା ଏବଂ ମେଲାନୋମା କର୍କଟ ଉପରେ ବେଶ ପ୍ରଭାବଶାଳୀ ବୋଲି କୁହାଯାଉଛି। ୩ ବର୍ଷ ଧରି କରାଯାଇଥିବା ପରୀକ୍ଷଣଗୁଡ଼ିକ ଏହାର ସୁରକ୍ଷା ଏବଂ ପ୍ରଭାବକୁ ନିଶ୍ଚିତ କରିଛି।