fbpx
BJD SKY
BJD SKY

ସ୍ଫୁଟନିକ୍-ଭି ଦର ଭାରତ ବଜାରରେ ୯୪୮ ଟଙ୍କା

BJD

ନୂଆଦିଲ୍ଲୀ, ୧୪/୦୫(ଓଡିଶା ଭାସ୍କର) : ରୁଷୀୟ ଟିକା ସ୍ଫୁଟନିକ୍-ଭି ଟିକାର ଆଜି ଦର ପ୍ରକାଶ କରିଛି ଡ଼. ରେଡ୍ଡୀ ଲ୍ୟାବ୍ । ସ୍ଫୁଟନିକ-ଭି ଡୋଜ୍ ପିଛା ଦର ୯୪୮ ଟଙ୍କା ରଖାଯାଇଛି । ୫ ପ୍ରତିଶତ ଜିଏସଟି ପରେ ଦର ପାଖାପାଖି ୯୯୫ ଟଙ୍କା ପଡିବ ବୋଲି ସୁଚନା ମିଳିଛି । ଏଥିସହିତ ଡ଼. ରେଡ୍ଡୀ ଲ୍ୟାବ୍ ଏହି ସ୍ଫୁଟନିକ୍-ଭିର ଟିକାକରଣ ମଧ୍ୟ ଆରମ୍ଭ କରିଛି । ହାଇଦ୍ରାବାଦ୍ ରେ ଏହାର ପ୍ରଥମ ଟିକା ଦିଆଯାଇଛି । ଗତକାଲି ଏନେଇ ନୀତି ଆୟୋଗ ପକ୍ଷରୁ ଏନେଇ ସୁଚନା ଦିଆଯାଇଥିଲା ଯେ ସ୍ଫୁଟନିକ୍-ଭି ଟିକା ଭାରତରେ ପହଞ୍ଚି ସାରିଛି । ଖାଲି ସେତିକି ନୁହେଁ ଜୁଲାଇ ମାସରୁ ଭାରତରେ ସ୍ପୁଟନିକ୍-ଭିର ଉତ୍ପାଦନ ମଧ୍ୟ ଆରମ୍ଭ ହୋଇଯିବ ବୋଲି ନୀତି ଆୟୋଗର ସ୍ଵାସ୍ଥ୍ୟ କମିଟିର ସଦସ୍ୟ ଭିକେ ପଲ୍ କହିଥିଲେ । ଟିକାକରଣରେ ଭାରତ ତୃତୀୟ ସ୍ଥାନରେ ରହିଛି । ବର୍ତ୍ତମାନ ଦେଶରେ ୧୮ ରୁ ୪୪ ବର୍ଷର ଲୋକମାନଙ୍କୁ ଟିକା ଦିଆଯାଉଛି । ପୂର୍ବରୁ ୪୫ ବର୍ଷରୁ ଉଦ୍ଧ୍ୱର୍ ଲୋକଙ୍କୁ ଟିକା ଦିଆଯାଇଥିବା ବେଳେ ସେମାନଙ୍କୁ ଏବେ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଉଛି ।

Get real time updates directly on you device, subscribe now.