fbpx
BJD SKY
BJD SKY

କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ୍ ପାଇଁ ସାନି ଗାଇଡଲାଇନ୍ ଜାରି

BJD

ନୂଆଦିଲ୍ଲୀ, ୧୪/୦୫(ଓଡିଶା ଭାସ୍କର): ଗୁରୁବାର କୋଭିସିଲ୍ଡୂ ଟିକାର ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ମଧ୍ୟରେ ବ୍ୟବଧାନ ବଢ଼ାଯାଇଥିଲା । ତେବେ ଆଜି ଏନେଇ ସାନି ଗାଇଡଲାଇନ୍ ଜାରି କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ, ସିଡିଏମଓ ମାନଙ୍କୁ ଗାଇଡଲାଇନ୍ ସମ୍ପର୍କରେ ଚିଠି କରାଯାଇଛି । ଚିଠିରେ ଉଲ୍ଲେଖ ରହିଛି ଯେ, ପ୍ରଥମ ଡୋଜ୍ ନେବାର ଅନ୍ୟୁନ ୮୪ ଦିନ ହୋଇ ନଥିଲେ ୨ୟ ଡୋଜ୍ ନେଇ ପାରିବେ ନାହିଁ । ୮୪ ଦିନ ପୂର୍ବରୁ ୨ୟ ଡୋଜ୍ ପାଇଁ ଅନଲାଇନ ବୁକ୍ ବା ସାଇଟ୍ ବୁକିଂ ହୋଇ ପାରିବ ନାହିଁ । ଅନ୍ୟପଟେ ଯଦି ୨ୟ ଡୋଜ୍ ପାଇଁ ଅନଲାଇନ୍ ବୁକିଂ ହୋଇ ସାରିଥିଲେ ତାକୁ ବାତିଲ କରିବନି କୋୱିନ୍ । ଏଭଳି କ୍ଷେତ୍ରରେ ପୁଣିଥରେ ନିଜ ପକ୍ଷରୁ ବୁକିଂ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ଏହି ନିୟମ ଲାଗୁ ହେବା ପରେ ଟିକାକରଣ କେନ୍ଦ୍ରରେ ଆଉ ଭିଡ ଜମା ହେବ ନାହିଁ । ତେଣୁ ଏହି ସମୟରେ ପ୍ରଥମ ଡୋଜ୍ କୁ ଅଗ୍ରାଧିକାର ଦେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.