fbpx
BJD SKY
BJD SKY

‘କରୋନା ଏକ ଜୀବ, ତା’ର ବି ବଞ୍ଚିବାର ଅଧିକାର ଅଛି’ – ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ

BJD

ଉତ୍ତରାଖଣ୍ଡ, ୧୪/୦୫(ଓଡିଶା ଭାସ୍କର) : ଦେଶରେ କରୋନା ମହାମାରୀ ଭୟଙ୍କର ସ୍ଥିତିରେ ଥିବା ବେଳେ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି । ଏହା ଭିତରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଗୁରୁବାର ଏକ ଅଜବ ବୟାନ ଦେଇଛନ୍ତି । ଯାହାକୁ ନେଇ ଏବେ ରାଜନୈତିକ ମହଲ ତଥା ସାଧାରଣରେ ହଙ୍ଗାମା ସୃଷ୍ଟି ହୋଇଛି । ସେ କହିଛନ୍ତି ଯେ, କରୋନା ଏକ ଜୀବ ତାର ବି ବଞ୍ଚିବାର ଅଧିକାର ଅଛି । ଏହି ବୟାନ ପରେ ସୋସିଆଲ୍ ମିଡିୟାରେ ତାକୁ ନେଇ ଏବେ ଝଡ ସୃଷ୍ଟି ହୋଇଛି । ଏହି ବୟାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହାକୁ ନେଇ ଲୋକ ମାନେ ଭିନ୍ନ ଭିନ୍ନ ମତ ଦେବାରେ ଲାଗିଛନ୍ତି ।

ସୁଚନା ଅନୁସାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ କହିଛନ୍ତି ଯେ, “ଦାର୍ଶନିକ ରୁପରେ ଦେଖିବାକୁ ଗଲେ କରୋନା ଭାଇରସ୍ ହେଉଛି ଗୋଟିଏ ଜୀବନ୍ତ ଜୀବ, ଅନ୍ୟ ଲୋକ ମାନଙ୍କ ପରି ତାର ବି ବଞ୍ଚିବାର ଅଧିକାର ରହିଛି । ହେଲେ ଆମେ ନିଜକୁ ଖୁବ୍ ବୁଦ୍ଧିମାନ ଭାବୁଛେ ଏବଂ ଏହାକୁ ମାରିବା ଚେଷ୍ଟାରେ ଲାଗିପଡିଛେ । ତେଣୁ ସେ ନିଜକୁ ଲଗାତର ଭାବରେ ବଦଳାଉଛି” । ଏଥିସହିତ ସେ ଏହା ମଧ୍ୟ କହିଛନ୍ତି ଯେ, ମଣିଷକୁ ଭାଇରସ୍ ଠାରୁ ସୁରକ୍ଷିତ ରହିବାକୁ ହେଲେ ଭାଇରସ୍ ଠାରୁ ଆଗକୁ ବଢ଼ିବା ଦରକାର ।

ତେବେ ତାଙ୍କର ଏହି ଭଳି ଏକ ବୟାନ ପାଇଁ ତାଙ୍କୁ ଏବେ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହେବାକୁ ପଡିଛି । ଜଣେ ୟୁଜର୍ ଟ୍ରୋଲ୍ କରି କହିଛନ୍ତି ଯେ, ଏହି ଭାଇରସ୍ କୁ ସେଣ୍ଟ୍ରାଲ୍ ଭିଷ୍ଟାରେ ଆଶ୍ରୟ ଦିଆଯିବା ଦରକାର । ସେହିପରି ଜାତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ବି ଭି ଶ୍ରୀ ନିବାସ କହିଛନ୍ତି ଯେ, “କରୋନା ଏକ ପ୍ରାଣୀ – ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ, ତାହେଲେ ତାର ଆଧାର କାର୍ଡ ଏବଂ ରାସନ କାର୍ଡ ମଧ୍ୟ ଥିବ?” ।

Get real time updates directly on you device, subscribe now.