fbpx
BJD SKY
BJD SKY

କୋଭାକ୍ସିନ, କୋଭିସିଲ୍ଡ ଓ ସ୍ଫୁଟନିକ ମଧ୍ୟରୁ କେଉଁଟି ପ୍ରଭାବଶାଳୀ, ଆସନ୍ତୁ ଜାଣିବା ଏହି ଟିକାର ସାଇଡ୍ ଇଫେକ୍ଟ

BJD

ନୂଆଦିଲ୍ଲୀ, ୧୪ା୫: ବର୍ତ୍ତମାନ ସମଗ୍ର ଦେଶରେ କରୋନା ଥମିମାର ନାଁ ଧରୁନାହିଁ । ଗୋଟିଏ ପଟେ ଦେଶରେ ଦ୍ୱିତୀୟ ଲହରୀ ବଢ଼ି ଚାଲିଥିବା ବେଳେ ଅନ୍ୟପଟେ କିଛି ଲୋକ ଭ୍ୟାକ୍ସିନ ନେଇ ସୁସ୍ଥ ହେଉଛନ୍ତି । ବର୍ତ୍ତମାନ ଦେଶରେ କୋଭାକ୍ସିନ ଓ କୋଭିସିଡ୍ଡ ବ୍ୟତୀତ ସ୍ଫୁଟନିକ-ଭି ଟିକା ଉପଲବ୍ଧ ହେଲାଣି । ଏହି ଭ୍ୟାକ୍ସିନଗୁଡ଼ିକର ପ୍ରଭାବ, ଇମ୍ୟୁନିଟି ବଢ଼ାଇବାର କ୍ଷମତା ଓ ସାଇଡ୍ ଇଫେକ୍ଟ ବ୍ୟତୀତ ଏହା କରୋନା ମହାମାରୀ ବିରୋଧରେ ବେଶ ଫଳପ୍ରଦ ସାବ୍ୟସ୍ତ ହୋଇଛି ।

ଡ୍ରଗ୍ସ କଣ୍ଟ୍ରୋଲର ଅଫ ଇଣ୍ଡିଆ (ଡିସିଜିଆଇ) ରୁଷରେ କରାଯାଇଥିବା ପରୀକ୍ଷଣକୁ ଆଧାର କରି ସ୍ଫୁଟନିକ-ଭିକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି । କରୋନା ବିରୋଧରେ ସ୍ଫୁଟନିକ-ଭି ଭ୍ୟାକ୍ସିନର କାର୍ଯ୍ୟଦକ୍ଷତା ୯୧.୬ ପ୍ରତିଶତ ରହିଥିବା ପରୀକ୍ଷଣରୁ ଜଣାପଡ଼ିଛି । ସେହିପରି ଭାରତର କୋଭାକ୍ସିନ ଟିକା କରୋନା ଭାରିଏଣ୍ଟ ବିପକ୍ଷରେ ସଠିକ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ଏହାର କାର୍ଯ୍ୟଦକ୍ଷତା ୮୧ ପ୍ରତିଶତରୁ ଅଧିକ ରହିଥିବା ଜଣାପଡ଼ିଛି । ସେହିପରି ଅକ୍ସଫୋର୍ଡ ୟୁନିଭରସିଟିର କୋଭିସିଲ୍ଡର କାର୍ଯ୍ୟଦକ୍ଷତା ୭୦.୪ ପ୍ରତିଶତରୁ ଅଧିକ ରହିଥିବା ରେକର୍ଡ କରାଯାଇଛି ।

ଭ୍ୟାକ୍ସିନ ଗ୍ରହଣ କରିବା ପରେ ସାଧାରଣତଃ ଥଣ୍ଡା, ଯନ୍ତ୍ରଣା, ଥକ୍କାପଣ ପରି ସାଇଡ୍ ଇଫେକ୍ଟ ଦେଖାଦେଉଛି । ସେପରି କୌଣସି ଗମ୍ଭୀର ମାମଲା ଏପର୍ଯ୍ୟନ୍ତ ନଜରକୁ ଆସିନାହିଁ । ତେବେ ଏହି ସାଇଡ୍ ଇଫେକ୍ଟ କିଛିଦିନ ମଧ୍ୟରେ ଦୂର ହୋଇଯାଉଛି । ପ୍ରତ୍ୟେକ ଭ୍ୟାକ୍ସିନର ସାଇଡ୍ ଇଫେକ୍ଟ ଅଲଗା ଅଲଗା ହୋଇଥାଏ । ରୁଷ ନିର୍ମିତ ସ୍ଫୁଟନିକ-ଭି ଟିକାକୁ ବିଶ୍ୱ ସ୍ତରରେ ବ୍ୟବହାର ପାଇଁ ଅନୁମତି ମିଳିସାରିଲାଣି । ଭ୍ୟାକ୍ସିନ ନେବା ପରେ ମୁଣ୍ଡବ୍ୟଥା, ଥକ୍କାପଣ, ଇଞ୍ଜେକସନ ନେଇଥିବା ସ୍ଥାନ ଫୁଲିଯିବା ପରି ସାଇଡ୍ ଇଫେକ୍ଟ ଦେଖାଦେଇଥାଏ । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ରୋଗପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରିବା ସହ ନିଷ୍କ୍ରିୟ ଭାଇରସର ଉପଯୋଗ କରିଥାଏ, ଯାହା କରୋନା ସଂକ୍ରମଣକୁ ଚିହ୍ନିବା ସହ ଲଢ଼ିବାରେ ସହଯୋଗ କରିଥାଏ । ଫାଇଜର ଓ ମଡର୍ଣ୍ଣା ପରି ଏମଆରଏନଏ ଭ୍ୟାକ୍ସିନ ତୁଳନାରେ କୋକାଭାକ୍ସିନରେ କମ୍ ସାଇଡ୍ ଇଫେକ୍ଟ ଦେଖାଦେଇଥାଏ ।

Get real time updates directly on you device, subscribe now.