fbpx
BJD SKY
BJD SKY

ଟିକାକରଣ କେନ୍ଦ୍ରରେ ଅବହେଳା: ୭୨ ବର୍ଷ ବୃଦ୍ଧଙ୍କୁ ଦେଲେ ଦୁଇଟି ଅଲଗା ଅଲଗା ଭ୍ୟାକ୍ସିନ୍

BJD

ମୁମ୍ବାଇ, ୧୪/୦୫(ଓଡିଶା ଭାସ୍କର) : ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ବଢ଼ୁଥିବା ବେଳେ ସେଠାରେ ଟିକାକରଣକୁ ଏବେ ତ୍ୱରାନ୍ୱିତ କରାଯାଇଛି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକ କରୋନା ଭାଇରସ୍ ସହ ଲଢ଼ିବାକୁ ଟିକା ନେଉଛନ୍ତି । ହେଲେ ଏହା ଭିତରେ ଟିକାକରଣ କେନ୍ଦ୍ରର ଅଧିକାରୀଙ୍କ ଏକ ବଡ ଅବହେଳାର ଖବର ସାମନାକୁ ଆସିଛି । ସେଠାରେ ଜଣେ ୭୨ ବର୍ଷର ବୃଦ୍ଧଙ୍କୁ ଦୁଇଟି ଅଲଗା ଅଲଗା ଡୋଜ୍ ଭାକସିନ୍ ଦିଆଯାଇଥିବା ଜଣାପଡିଛି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୁଚନା ଅନୁସାରେ, ମହାରାଷ୍ଟ୍ରର ଜାଳନା ଜିଲ୍ଲାରେ ରହୁଥିବା ଦତ୍ତେତ୍ରେୟ ୱାଗମେରଙ୍କୁ ଦୁଇଟି ଅଲଗା ଅଲଗା ଭ୍ୟାକସିନ୍ ଦିଆଯାଇଛି । ସେ ଜାଳନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଟିକା ମାର୍ଚ୍ଚ ୨୨ ତାରିଖରେ ନେଇଥିଲେ । ହେଲେ ଯେତେବେଳେ ୨ୟ ଡୋଜ୍ ଭ୍ୟାକସିନ୍ ଅବଧି ହୋଇଥିଲା ସେତେବେଳେ ସେ ଏପ୍ରିଲ୍ ୩୦ ତାରିଖରେ ଟିକା ନେବା ପାଇଁ ଆଉ ଏକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ । କିନ୍ତୁ ୨ୟ ଡୋଜରେ ତାଙ୍କୁ କୋଭାକ୍ସିନ୍ ବଦଳରେ ସିରମ୍ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରୁଥିବା କୋଭିସିଲ୍ଡ ଟିକା ଦିଆଯାଇଥିଲା ।

ତେବେ ଦୁଇଟି ଅଲଗା ଭ୍ୟାକସିନ୍ ନେବା ପରେ ଦତ୍ତେତ୍ରେୟ ୱାଗମେରଙ୍କୁ ହାଲୁକା ଜ୍ୱର ଏବଂ ଶରୀରରେ ପୀଡା ଅନୁଭବ ହୋଇଥିଲା ଓ ସେ ବ୍ୟସ୍ତ ହୋଇ ପଡିଥିଲେ । ବର୍ତ୍ତମାନ ତାଙ୍କୁ ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରି ଔଷଧ ଦେଇଛନ୍ତି । ତାଙ୍କ ପରିବାର ଲୋକ ଏ ନେଇ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିଲେ । ଏଥିସହ ସ୍ୱାସ୍ଥ୍ୟକର୍ମୀ ମାନେ ତାଙ୍କ ପରିବାରକୁ କ୍ଷମା ମାଗିବା ସହିତ ଆଶ୍ୱାସନା ଦେଇଥିଲେ ।

Get real time updates directly on you device, subscribe now.