fbpx

ମଇ ୯ରେ ରୁଷ ପାଳିବ ବିଜୟ ଦିବସ: ୟୁକ୍ରୋନରେ ଦେଖିବାକୁ ମିଳିବ ଭୟଙ୍କର ଯୁଦ୍ଧର ରୂପ

ରୁଷ ଚାପ ଆଗରେ ୪ ୟୁରୋପୀୟ ଦେଶ ନତମସ୍ତକ

AAKASH

ନୂଆଦିଲ୍ଲୀ: ଆସନ୍ତା ୯ ମଇ ସୁଦ୍ଧା ୟୁକ୍ରେନ ଉପରେ ବିଜୟ ହାସଲ କରି ରୁଷ ଉକ୍ତ ଦିନଟିକୁ ବିଜୟ ଦିବସ ଭାବେ ପାଳନ କରିବ ବୋଲି ଜଣାପଡ଼ିଛି । ଏଥିସହ ଜୟଯାତ୍ରା ପରେଡ ବାହାର କରିବା ନିମନ୍ତେ ରୁଷ ଲକ୍ଷ୍ୟ ରଖିଛି । ତେଣୁ ଆସନ୍ତା କିଛି ଦିନ ଭିତରେ ୟୁକ୍ରୋନ ଯୁଦ୍ଧ କିରି ରୂପ ନେଉଛି ତାହା ଦେଖିବାର କଥା । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଜର୍ମାନୀର ସେନା ସୋଭିୟତ ସେନା ଆଗରେ ହାର ମାନିଥିଲା । ସେତେବେଳେ ଠାରୁ ରୁଷ ୯ ମଇରେ ମସ୍କୋରେ ବିଜୟ ପରେଡ ହୋଇ ଆସୁଛି ।

ଅନ୍ୟପକ୍ଷରେ ରୁଷର ଶକ୍ତ ଚାପ ସମ୍ମୁଖରେ ୪ଟି ୟୁରୋପୀୟ ରାଷ୍ଟ୍ର ନତମସ୍ତକ କରିବାକୁ ବାଧ୍ୟ ହୋଇଛନ୍ତି । ସେମାନେ ରୁଷ ଠାରୁ ଗ୍ୟାସ କିଣିବା ନିମନ୍ତେ ରୁବେଲରେ ଅର୍ଥ ଦେବାକୁ ରାଜି ହୋଇଯାଇଛନ୍ତି । ରୁଷରେ ଚାଲୁଥିବା ରୁବେଲରେ ଅର୍ଥ ଜମା କରିଲେ ହିଁ ଗ୍ୟାସ ଓ ତୈଳ ଦିଆଯିବ ବୋଲି ରୁଷ ଧମକ ଦେଇଥିଲା । ୟୁକ୍ରେନ ସହ ଯୁଦ୍ଧ ବେଳେ ମଧ୍ୟ ରୁଷ ୟୁରୋପ ଦେଶଗୁଡ଼ିକୁ ଗ୍ୟାସ ଓ ତୈଳ ଯୋଗାଣ କରୁଥିଲା । ହେଲେ ୟୁରୋପ ଦେଶଗୁଡ଼ିକ ରୁଷ ବିରୋଧରେ ଠିଆ ହେବାରୁ ପୁଟିନ ଏଭଳି ଧମକ ଦେଇଥିଲେ । ରୁବେଲରେ ଅର୍ଥ ପୈଠ ନ କରିବାରୁ ପୋଲାଣ୍ଡ ଓ ବୁଲଗେରିଆକୁ ଗ୍ୟାସ୍‌ ଯୋଗାଣ ବନ୍ଦ କରିଦେଇଥିଲେ । ଏହା ଭିତରେ ୟୁରୋପିୟନ ୟୁନିୟନ ଅଧିକାରୀମାନ ଏକ ଜରୁରୀ ବୈଠକ କରିଛନ୍ତି । ୟୁରୋପିୟନ କମିଶନ ଅଧ୍ୟକ୍ଷ ଉର୍ସୁଲା ବେନ୍‌ ଡେର୍‌ ଲିୟିନ୍‌ ରୁଷ ଉପରେ ବ୍ଲାକ ମେଲ ଆରୋପ ଲଗାଇଛନ୍ତି । ହେଲେ ଏହାକୁ ରୁଷ ରାଷ୍ଟ୍ରତି ଭବନ ପକ୍ଷରୁ ଖଣ୍ଡନ କରାଯାଇଛି ।

ସୂଚନା ଥାଉକି ଇଣ୍ଟରନ୍ୟାସନାଲ ଏନର୍ଜି ଏଜେନ୍ସି ମୁତାବକ ୟୁରୋପ ୟୁନିୟନର ଦେଶଗୁଡ଼ିକ ୨୦୨୧ରେ ଆମଦାନୀ କରିଥିବା ଗ୍ୟାସ୍‌ ମଧ୍ୟରୁ ୪୫ ପ୍ରତିଶତ ରୁଷ ଠାରୁ ଆଣିଥିଲେ । ଯେତେବେଳେ କି ଏହା ଉକ୍ତ ଦେଶମାନଙ୍କର ୪୦ ପ୍ରତିଶତ ଆବଶ୍ୟକତା ପୂରଣ କରିଥାଏ । ପାଇପ୍‌ ଲାଇନ ଜରିଆରେ ଏହି ଗ୍ୟାସ୍‌ ଆସିଥାଏ । ତେବେ ରୁଷ ଗ୍ୟାସ୍‌ ଉପରେ ସବୁଠାରୁ ଅଧିକ ଜର୍ମାନୀ, ଦ୍ୱିତୀୟରେ ଇଟାଲୀ, ତୃତୀୟରେ ତୁର୍କୀ ନିର୍ଭର କରିଥାଏ ।

Get real time updates directly on you device, subscribe now.